ଉମରକୋଟ ରଥଯାତ୍ରା: ଭକ୍ତି, ସଂସ୍କୃତି ଓ ସଦ୍‌ଭାବନାର ମହାମିଳନ…

youtube

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ସବଡ଼ିଭିଜନାଲ ରଥଯାତ୍ରା ଦିନ ଏକ ଭକ୍ତି, ସଂସ୍କୃତି ଓ ଐତିହ୍ୟର ମହାନ ପରିଚୟ ଦିଏ । ପ୍ରତିବର୍ଷ ଦୂର ଦୂରାନ୍ତରୁ ଆସିଥିବା ହଜାର ହଜାର ଲୋକ ଭକ୍ତି ଭାବେ ଶ୍ରୀଜଗନ୍ନାଥ, ଭଳଭଦ୍ର ଓ ସୁଭଦ୍ରାଙ୍କ ରଥ ଦର୍ଶନ କରି ଆତ୍ମସାନ୍ତି ଅନୁଭବ କରନ୍ତି। ଉମରକୋଟର ରଥଯାତ୍ରା ଦେଖାଯାଏ ଯେଉଁଠାରେ ସେଠାରେ ଆଦିବାସୀ ଓ ସାଧାରଣ ଜନତା ଏକତାର ସନ୍ଦେଶ ଦେଇଥାନ୍ତି।
ଶ୍ରୀମନ୍ଦିର ଠାରୁ ରଥ ଆରୋହଣ ପରେ ରଥ ଚାଲି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥାଏ, ଯାହା ଜନସାଧାରଣଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଉଲ୍ଲାସ ସୃଷ୍ଟି କରେ।ଏହି ଅବସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ, ଭକ୍ତିମୟ ଗୀତ, ଲୋକନୃତ୍ୟ ଓ ଓଡ଼ିଶୀ ଅଭିନୟ କରୁଥିବା ମାନେ ରଥଯାତ୍ରାକୁ ଅଧିକ ରଙ୍ଗୀନ ଏବଂ ମନୋରମ କରନ୍ତି । ଅନ୍ୟ ଦିଗରୁ ଦେଖିଲେ ଏହି ଉତ୍ସବ ଉମରକୋଟର ଆର୍ଥିକ ସକ୍ରିୟତାକୁ ମଧ୍ୟ ବୃଦ୍ଧି କରେ।ରଥଯାତ୍ରା ଗୋଟିଏ ଧାର୍ମିକ ଉତ୍ସବ ହେବା ସହିତ ସହିତ ଗାଁ-ନଗରର ଏକତା, ଭାଇଚାରା, ସାମ୍ପ୍ରଦାୟିକ ସମ୍ମିଳନ ଓ ଓଡ଼ିଆ ସଂସ୍କୃତିର ଅନନ୍ୟ ଚିହ୍ନ ଅଟୁଟ ଭାବେ ପ୍ରତିଷ୍ଠା କରେ।

Leave A Reply

Your email address will not be published.