
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ଠାରୁ ମାତ୍ର ୨ କିମି ଦୂର ୩୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ଅଭାବନୀୟ ଘଟଣା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଅଜଣାବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ଏକ ଅଜଣା ବ୍ୟକ୍ତି ମୋଟର ସାଇକେଲ ଯୋଗେ ମୋଟୁ ଅଭିମୁଖେ ଯାଉଥିବା ବେଳେ ହଠାତ ଏକ ଟ୍ରକ ସହ ବାଢେଇ ହେଇ ଏହିଭଳି ଅବସ୍ଥା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକରେ ଥିବା ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।ଦିନକୁ ଦିନ ଶହ ଶହ ଗାଡି ଏହି ରାଜପଥରେ ଯିବା ଆସିବା କରୁଥିବା ବେଳେ ଅନେକ ସମୟରେ ଏହିଭଳି ଦୁର୍ଘଟଣା ଘଟୁଥିବା ନଜର ରହିଛି । ପରିବହନ ବିଭାଗ ପକ୍ଷରୁ ରାସ୍ତା କୁ ନେଇ ସତର୍କତା ସଚେତନ କାର୍ଯ୍ୟ କ୍ରମ କରାଯିବା ସହିତ ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଜୁରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଅଭିଯାନ ଆରମ୍ଭ କରିବାକୁ ସାଧାରଣ ରେ ଦାବୀ ହେଉଛି ।