ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

youtube

ନୂଆଦିଲ୍ଲୀ: ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆକ୍ସିଅମ୍- ୪ ମିଶନର ଅଂଶ ଭାବରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ଅଛନ୍ତି ଭାରତର ଦ୍ୱୀତିୟ ମହାକାଶଚାରୀ ଶୁଭାଂଶୁ। ବୁଧବାର ISSକୁ ଐତିହାସିକ ଯାତ୍ରାରେ ଉଡ଼ାଣ ଭରିଛନ୍ତି। ୪୧ ବର୍ଷର ବ୍ୟବଧାନ ପରେ ଭାରତର ନାଗରିକ ଭାବେ ମହାକାଶକୁ ଯାଇଛନ୍ତି ଶୁଭାଂଶୁ।

ଆମେରିକାର ଚାରି ସଦସ୍ୟ ବିଶିଷ୍ଟ ବହୁ-ଦେଶୀୟ କ୍ରୁ ସହିତ ଆକ୍ସିଅମ୍ ତାର ମହାକାଶ ଯାତ୍ରା ଆରମ୍ଭ କରିଛି। ଶୁଭାଂଶୁଙ୍କ ସହିତ ଏହି ମିଶନରେ ପୋଲାଣ୍ଡର ସ୍ଲାଭୋଜ ଉଜ୍ଞାନସ୍କି-ୱିସନିୱସ୍କି, ହଙ୍ଗେରିର ଟୋବୋର କାପୁ ଏବଂ ମିଶନ କମାଣ୍ଡର ପେଗି ହ୍ୱିଟସନ ମଧ୍ୟ ଅଛନ୍ତି।

ଆକ୍ସିଅମ-୪ ମିଶନର ଏହି ଟିମ୍‌ ବୁଧବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଯାତ୍ରା କରିଛି। ଏହି ଦଳ ସେଠାରେ ଦୁଇ ସପ୍ତାହ ପାଇଁ ବୈଜ୍ଞାନିକ ପରୀକ୍ଷଣ କରିବ। ପୂର୍ବରୁ ୧୯୮୪ ମସିହାରେ, ୱିଙ୍ଗ କମାଣ୍ଡର ରାକେଶ ଶର୍ମା ସୋଭିଏତ୍ ୟୁନିଅନ୍ ମିଶନ ଅଧୀନରେ ମହାକାଶ ଯାତ୍ରା କରିଥିବା ପ୍ରଥମ ଭାରତୀୟ ହୋଇଥିଲେ।

ଶୁଭାଂଶୁ ୨୦୦୬ ମସିହାରେ ଭାରତୀୟ ବାୟୁସେନାରେ ଜଣେ ଫାଇଟର ପାଇଲଟ୍ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୧୯ ମସିହାରେ ତାଙ୍କୁ ଗଗନଯାନ ମିଶନ ପାଇଁ ଜଣେ ମହାକାଶଚାରୀ ଭାବରେ ମନୋନୀତ କରାଯାଇଥିଲା। ୨୦୧୯ରୁ ୨୦୨୧ ମଧ୍ୟରେ, ସେ ରୁଷର ୟୁରୀ ଗାଗାରିନ୍ କସମୋନଟ୍ କେନ୍ଦ୍ରରେ ତାଲିମ ନେଇଥିଲେ। ଏହା ପରେ, ୨୦୨୫ରେ ସେ ସ୍ପେସଏକ୍ସରେ ତାଙ୍କର ତାଲିମ ସମାପ୍ତ କରିଥିଲେ।

Leave A Reply

Your email address will not be published.