ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ସାଧାରଣ ଲୋକଙ୍କ ଉପରେ ଖାକୀ ବର୍ଦ୍ଧି ବାବୁ ମାନଙ୍କ ଦାଦାଗିରି….!

add-all

ବନ ବିଭାଗ କର୍ମଚାରୀଙ୍କ ମାଡ଼ରେ ଆଦିବାସୀ ବ୍ୟକ୍ତି ଲହୁ ଲୁହାଣ…..!
ଉମରକୋଟ / ରାଇଘର :- ନବରଙ୍ଗପୁର ଜ଼ିଲ୍ଲା ରାଇଘର ପୋଲିସ୍ ଥାନା ସମ୍ମୁଖରେ ଅଭାବନିୟ ଘଟଣା ଘଟିଛି। ସୂଚନା ପ୍ରକାରେ କୁସୁମପୁର ଗ୍ରାମର କିଛି ଆଦିବାସୀ ମାନ ଙ୍କୁ ବନ ବିଭାଗର କିଛି କର୍ମଚାରୀ ମରଣାନ୍ତକ ଭାବରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।


ଘଟଣାରେ ଦୁଇ ଆଦିବାସୀ ଗୁରୁତର ଭାବରେ ଆହତ ହୋଇଥିବାରୁ, ତାଙ୍କୁ ତୁରନ୍ତ ଉମରକୋଟ ଜୋନାଲ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ କଣ ଥିଲା ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।ଘଟଣାସ୍ଥଳରେ ଦଳ-ବଳ ସହିତ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଦିବାସୀ ମାନେ ଅତ୍ୟାଚାର ଅନ୍ୟାୟ ଆକ୍ରମଣ ବୋଲି ଦୃଢ଼ ନିନ୍ଦା କରିବା ସହିତ ଅଭିଯୋଗ କରୁଛନ୍ତି ଏବଂ ଏହି ଘଟଣା ପାଇଁ ଦାୟୀ ବନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହନ କରାଯାଉ କହି ରାଇଘର ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ ଦାବି କରିଛନ୍ତି।
ଏହି ଘଟଣା ଦେଶର ଆଦିବାସୀ ସୁରକ୍ଷା ଓ ମାନବାଧିକାର ପ୍ରଶ୍ନକୁ ପୁଣିଥରେ ଉଜାଗର କରିଛି।ପ୍ରକାଶ ଥାଉକି ଏକ ସପ୍ତାହ ତଳେ ପୋଲିସ ଏକ ଡକାୟତ କେଶର ତଦନ୍ତ ଆଳରେ ଜଣେ ଯୁବକୁ ଥାନା କୁ ଆଣି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ପରେ ଉକ୍ତ ଯୁବକ ଦୀର୍ଘ ଦିନ ପର୍ଯ୍ୟନ୍ତ ଡାକ୍ତର ଖାନାରେ ଚିକିତ୍ସାଧିନ ରହିଥିଲେ। ନକ୍ସଲ ଙ୍କ ପ୍ରଜା କୋର୍ଟ ରୁ ବଳିପଡିଲାଣି ପୋଲିସ ର ବର୍ବରତା, ପୋଲିସ କୁ ମାଡ ମାରିବାକୁ ଅଧିକାର ଦେଲା କିଏ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି l ରାଇଘର ଥାନ ବର୍ତ୍ତମାନ କଥା ପ୍ରବଳ କିନ୍ତୁ କାମ ଦୁର୍ବଳ ବୋଲି ଚର୍ଚ୍ଚା ହେଉଛି l ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବାରେ ବାବୁ କୁଆଡେ ମାହିର ବୋଲି ସାଧାରଣ ରେ ଚର୍ଚ୍ଚା l ଏହି ଅଞ୍ଚଳ ରେ ଖାକୀ ବର୍ଦ୍ଧି ବାବୁ ମାନଙ୍କ ଜୁଲୁମ ଓ ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି। ଖାକୀ ବର୍ଦ୍ଧିର ଅତ୍ୟାଚାର ଯୋଗୁଁ ଗାଁ ଗାଁ ରେ ଅସନ୍ତୋଷ ର ଦାନା ବଢିବାରେ ଲାଗିଛି। ଆଗାମୀ ଦିନରେ ଖକୀ ବିରୋଧ ରେ ଏକ ଜନ ଆନ୍ଦୋଳନ ଉଙ୍କି ମାରିଲାଣ, ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.