ପୁରୀ ଦୁର୍ଘଟଣାକୁ ‘ଗମ୍ଭୀର ଚେତାବନୀ’ କହିଲେ ରାହୁଲ ଗାନ୍ଧୀ, ଭିଡ଼ ପରିଚାଳନା ନେଇ ଉଠାଇଲେ ପ୍ରଶ୍ନ

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁରୀରେ ଘଟିଥିବା ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ଏହି ଅଘଟଣାକୁ ଏକ ‘ଗମ୍ଭୀର ଚେତାବନୀ’ ଭାବେ ବର୍ଣ୍ଣନା କରି ରାହୁଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବଡ଼ ବଡ଼ ଆୟୋଜନରେ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଗମ୍ଭୀରତାର ସହ ପ୍ରସ୍ତୁତି କରିବା ଜରୁରୀ।

ରାହୁଲ ଆହୁରି ମଧ୍ୟ କହିଛନ୍ତି, “ଏଭଳି ଆୟୋଜନର ସମୀକ୍ଷା କରାଯିବା ଉଚିତ। ଜୀବନ ରକ୍ଷା ସର୍ବୋପରି ଏବଂ ଦାୟିତ୍ୱରେ ତ୍ରୁଟି ଗ୍ରହଣୀୟ ନୁହେଁ।”

ad-week
Leave A Reply

Your email address will not be published.