ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ସ୍ଥଗିତ

youtube

ଭୁବନେଶ୍ୱର: ଆସନ୍ତାକାଲି, ଅର୍ଥାତ୍ ଜୁନ୍ ୩୦, ୨୦୨୪ (ସୋମବାର) ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳାଚକଟା ଘଟଣା ଏବଂ ଏହାର ପରବର୍ତ୍ତୀ ପରିସ୍ଥିତି ମଧ୍ୟରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ୟୁନିଟ୍-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟ) ପରିସରରେ ହେବାକୁ ଥିବା ଏହି ଜନଶୁଣାଣୀ ଶିବିରକୁ ସ୍ଥଗିତ ରଖାଯାଇଛି।

ବିଭାଗ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଏହି ଜନଶୁଣାଣୀ ପାଇଁ ଅନଲାଇନରେ ପଞ୍ଜୀକରଣ କରିଥିବା ବ୍ୟକ୍ତିମାନଙ୍କ ଅଭିଯୋଗଗୁଡ଼ିକୁ ପରବର୍ତ୍ତୀ ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ ଜନଶୁଣାଣୀର ତାରିଖ ଓ ସମୟ ବିଷୟରେ ପରେ ସୂଚନା ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.