ବେଆଇନ ଭାବେ ରୀତିମତ ଆସିକା କୁ ଆସୁଛି ଲକ୍ଷାଧିକ ଟଙ୍କାର ଖଇନି…

ଅବକାରୀ ଓ ପୋଲିସ ନୀରବ ଦ୍ରଷ୍ଟା…!!

youtube

ଯୁବପୀଢ଼ି ଚଣା ମୁଢି ଭଳି ସେବନ କରୁଛନ୍ତି ଖଇନି ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ଏବେ ଚୋରା ଖଇନି ର ହୋବ୍ ପାଲଟିଛି। ପ୍ରତିଦିନ ରାଉରକେଲା ଓ ଛତିଶଗଡ ଅଞ୍ଚଳରୁ ବସ ଯୋଗେ ବିନା ଟ୍ୟାକ୍ସ ରେ ଲକ୍ଷାଧିକ ଟଙ୍କାର ଖଇନି ଗାଙ୍ଗପୁର ଅଞ୍ଚଳକୁ ଆସିବା ପରେ ଆସିକା, ଶେରଗଡ଼ ଓ କବିସୂର୍ଯ୍ୟନଗର ଅଞ୍ଚଳକୁ ଚାଲାଣ ହେଉଛି। ଲକ୍ଷାଧିକ ଟଙ୍କାର ବିଭିନ୍ନ କମ୍ପାନୀର ବସ୍ତା ବସ୍ତା ଖଇନି କୁ ସ୍ୱଳ୍ପ ଟଙ୍କାର ବିଲିଙ୍ଗ କରି ବସ ଯୋଗେ ଆସୁଛି। ଉକ୍ତ ଖଇନି ଭିଞ୍ଜନଗର ନିକଟସ୍ଥ ଗୋବରା ଓ ଗାଙ୍ଗପୁର ଠାରେ ଏକ ନିଚ୍ଛାଟିଆ ସ୍ଥାନରେ

ଓହ୍ଲାଯାଉଛି। ସେଠାରୁ ଆସିକା କଲେଜଛକ କୁ ପିକପ୍ ଓ ଅଟୋ ଯୋଗେ ଲକ୍ଷାଧିକ ଟଙ୍କାର ଖଇନିକୁ ମାତ୍ର ପାଞ୍ଚ ଦଶ ହଜାର ଟଙ୍କା ର ବିଲିଙ୍ଗ ହେଉଥିବା ଜଣା ପଡିଛି। ଏହି ଖଇନି ମାତ୍ର ୫ ଟଙ୍କାରେ ବିକ୍ରି ହେଉଥିବା ଯୋଗୁଁ ଛୋଟ ଛୋଟ ନାବାଳକ “ଗାଵରସିଙ୍ଗ” ଷ୍ଟାଇଲ ରେ ଖଇନି କୁ ପାପୁଲିରେ ମନ୍ଥନ କରି ପାଟିରେ ଯାକୁଥିବା ଦେଖିବାକୁ ମୁଳୁଛି।ଖଇନି ସେବନ କରିବା ଦ୍ୱାରା କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବେଆଇନ ଭାବେ ଆସୁଥିବା ଖଇନିକୁ ଲଗାମ ଲଗାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ ମାରିଛି। ଖଇନି ଓ ଗୁଟଖା ସେବନ କରି ପ୍ରତି ବର୍ଷ ହଜାର ହଜାର ଯୁବକ କର୍କଟ ରୋଗରେ ଆକାନ୍ତ ହେଉଥିବାର ନଜିର ରହିଛି।

Leave A Reply

Your email address will not be published.