ମାନସିକ ଭାରସାମ୍ୟ ହରାଇ ବିଷପିଇ ମହିଳାଙ୍କ ଆତ୍ମହତ୍ୟା

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଧରମପଲ୍ଲୀ ଗ୍ରାମରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୁଚନା ମୁତାବକ ରବିବାର ସକାଳ ପ୍ରାୟ ୧୦ ଟା ବେଳେ ଏହି ଗ୍ରାମର କାଲି ମାଡକାମି ନାମକ ଜଣେ ମହିଳା ଅଚାନକ ବିଷ ପିଇ ଦେଇଥିଲା। ଏହାପରେ ପରିବାର ଲୋକେ କାଲି ମାଡକାମି ଙ୍କୁ ଗୁରୁତର ଭାବେ ପ୍ରଥମେ ଧରମପଲ୍ଲୀ ପ୍ରାଥମିକ ଚିକିତ୍ସାଳୟ ଓ ପରବର୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା।

ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ କାଲି ମାଡକାମି ଙ୍କ ମୃତ୍ୟୁ ହେବାରୁ ଏ ବାବାଦରେ ପରିବାର ଲୋକେ ପଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପଡିଆ ପୋଲିସ ଏଏସଆଇ କେଶବ ଭତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ କାଲି ମାଡକାମି ଙ୍କ ମୃତ ଶରିରର ପଂଚନାମା କରିବା ସହ ଶବ ଜବତ କରି ବ୍ଯବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରୀ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏ ନେଇ ପଡିଆ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ୧୪/୧୦୨୫ ରୁଜୁ କରାଯାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.