ସୁନ୍ଦରଗଡ଼ରେ ‘ଧରତୀ ଆବା’ ଅଭିଯାନ : ହିତାଧିକାରୀଙ୍କୁ ମିଳିଲା ବିଭିନ୍ନ ସରକାରୀ ସହାୟତା

youtube

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ ମାଧ୍ୟମରେ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ସହାୟତା ବଣ୍ଟନ କରାଯାଇଛି । ଜୁନ୍ ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଉଭୟ ବ୍ଲକର ୪୦ଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯାଇଥିଲା ।

ଏହି ଅଭିଯାନ ଅଧୀନରେ ଏକ ସ୍ୱତନ୍ତ୍ର ଏଲଇଡି ଭ୍ୟାନ୍ ମାଧ୍ୟମରେ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରକାରଙ୍କ କଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକ ବିଷୟରେ ପ୍ରଚାର କରାଯିବା ସହ ହିତାଧିକାରୀମାନଙ୍କୁ ସେହି ସ୍ଥାନରେ ହିଁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା ।

ବଣ୍ଟନ କରାଯାଇଥିବା ମୁଖ୍ୟ ସହାୟତା :

  • ଜଙ୍ଗଲ ଜମି ପଟ୍ଟା: ୨୪୦ ଜଣ
  • ଜବ୍ କାର୍ଡ: ୧୨୭୦ ଜଣ
  • ସ୍ୱାସ୍ଥ୍ୟ କାର୍ଡ: ୯୨୦ ଜଣ
  • ଆଧାର ସଂଶୋଧନ: ୪୮୯ ଜଣ
  • ଜାତି ପ୍ରମାଣପତ୍ର: ୨୫୧ ଜଣ
  • ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ: ୧୩୭ ଜଣ
  • ରାସନ କାର୍ଡ: ୮୪ ଜଣ
    ଏହା ବ୍ୟତୀତ ଅନ୍ୟାନ୍ୟ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପାନପୋଷ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିକରାଣୀ ଏକ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୂଆଗାଁ ବିଡିଓ ଜ୍ୟୋତି ବିକାଶ ଦାସ, କୁଆଁରମୁଣ୍ଡା ବିଡିଓ ଡା. ଜଗଦୀଶ ମହାନନ୍ଦ, ବୀରମିତ୍ରପୁର ତହସିଲଦାର ଗୌରୀ ନାୟକଙ୍କ ସମେତ ଉଭୟ ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଅତିରିକ୍ତ ତହସିଲଦାର, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଦସ୍ୟ ଏବଂ ବିଭିନ୍ନ ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.