ନାରାଣୟଣ ମୂର୍ତ୍ତିଙ୍କ ୭୦ ଘଣ୍ଟା କାର୍ଯ୍ୟସପ୍ତାହ ମନ୍ତବ୍ୟ ପରେ ‘ଓଭର୍‌ଟାଇମ୍‌’କୁ ବିରୋଧ କଲା ଇନ୍‌ଫୋସିସ୍‌

add-all

ନୂଆଦିଲ୍ଲୀ: ଅତୀତରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ୭୦ ଘଣ୍ଟା କାର୍ଯ୍ୟସପ୍ତାହ ଉପରେ ମନ୍ତବ୍ୟ ଦେଇ ବିବାଦରେ ରହିଥିଲେ। ଏବେ ଇନଫୋସିସ୍ ତାର କର୍ମଚାରୀମାନଙ୍କୁ ବୃତ୍ତି ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ପରାମର୍ଶ ଦେଇଛି।
ଯାହା ଜଣାପଡୁଛି କମ୍ପାନି ତା’ର ଆଭ୍ୟନ୍ତରୀଣ ଅଭିଯାନ ଆରମ୍ଭ କରି ସାରିଲାଣି। ଯେଉଁଥିରେ ମାନବ ସମ୍ବଳ (ଏଚ୍‌ଆର୍‌) ସମସ୍ତ କର୍ମଚାରୀଙ୍କ କାର୍ଯ୍ୟ ସମୟ ଉପରେ ନଜର ରଖୁଛି ଏବଂ କାର୍ଯ୍ୟ ଘଣ୍ଟା ପାଳନ କରିବାକୁ ଅନୁରୋଧ କରୁଛି।
ଯେଉଁ କର୍ମଚାରୀମାନେ ସମୟସୀମାରୁ ଅଧିକ କାମ କରୁଛନ୍ତି ସେମାନଙ୍କୁ ନିୟମିତ କାର୍ଯ୍ୟସୂଚୀ ପାଳନ କରିବାକୁ ଏବଂ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଅନୁରୋଧ କରାଯାଉଛି।
ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀର ମାନବ ସମ୍ବଳ କର୍ମଚାରୀମାନଙ୍କୁ ଇମେଲ୍‌ ପଠାଇ କାର୍ଯ୍ୟ-ଜୀବନ ସନ୍ତୁଳନ ବଜାୟ ରଖିବାର ଗୁରୁତ୍ୱକୁ ଜଣାଉଛନ୍ତି।
କମ୍ପାନୀ ଏହାକୁ କେବଳ ବ୍ୟକ୍ତିଗତ ମଙ୍ଗଳ ପାଇଁ ନୁହେଁ ବରଂ ଦୀର୍ଘକାଳୀନ ବୃତ୍ତିଗତ ପ୍ରଭାବଶାଳୀତା ପାଇଁ ମଧ୍ୟ ଅତ୍ୟାବଶ୍ୟକ ବୋଲି କହିଛି। ଏହାବ୍ୟତୀତ କମ୍ପାନି କର୍ମଚାରୀମାନଙ୍କୁ କାମରେ ଚାପ ଉପଜିଲେ ମଝିରେ ବିରତି ନେବାକୁ, ନିଜ ସମସ୍ୟା ଖୋଲିକି ପ୍ରକାଶ କରିବାକୁ ପରାମର୍ଶ ଦେଉଛି।

ad-week
Leave A Reply

Your email address will not be published.