ଇର୍ଷା କରି ଚାକିରିଆ ପ୍ରେମିକାକୁ ମାରିଦେଲା ପ୍ରେମିକ

add-all

ଭୋପାଳ: ଚାକିରି କରିଥିବା ପ୍ରେମିକାକୁ ଈର୍ଷା କରୁଥିଲା ବେରୋଜଗାର ପ୍ରେମିକ। ଲିଭ୍-ଇନରେ ରହି ବି ବଦଳିଲାନି ମନ। ନିଜ ଈର୍ଷାକୁ ମାରିବା ପାଇଁ ହତ୍ୟା ଭଳି ଅପରାଧକୁ ବାଛିଲା ପ୍ରେମିକ। ଏଭଳି ଘଟଣା ଘଟିଛି ଭୋପାଳର ଗାୟତ୍ରୀ ନଗରରେ। ଜଣେ ୨୯ ବର୍ଷୀୟ ମହିଳାଙ୍କୁ ତାଙ୍କ ଲିଭ-ଇନ୍ ପାର୍ଟନର ଗଳାକାଟି ହତ୍ୟା କରିଛନ୍ତି। ଅଭିଯୁକ୍ତ ୩୨ ବର୍ଷୀୟ ସଚିନ ରାଜପୁତ ବୋଲି ଚିହ୍ନଟ କରାଯାଇଥିବା ବେଳେ ମୃତକ ହେଲେ ରିତିକା ସେନ। ସଚିନ, କେବଳ ରିତିକାଙ୍କୁ ହତ୍ୟା କରିନଥିଲେ, ବରଂ ତାଙ୍କ ଶରୀରକୁ ଏକ କମ୍ବଳରେ ଗୁଡ଼ାଇ ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କ ପାଖରେ ଶୋଇଥିଲେ। ଦୁଇ ଦିନ ପରେ ସେ ନିଜ ବନ୍ଧୁଙ୍କ ଆଗରେ ଅପରାଧ ସ୍ବୀକାର କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ମିଳିଥିବା ସୂଚନା ମୁତାବକ, ପ୍ରାୟ ୪ବର୍ଷ ହେଲାଣି ଲିଭ୍-ଇନରେ ରହୁଥିଲେ ସଚିନ୍-ରିତିକା। ସଚିନଙ୍କ ଚାକିରି ଚାଲିଯିବା ପରେ ସେ ଘରେ ବସି ରହୁଥିଲେ। ଜୁନ୍ ୨୭ରେ ଅଫିସରେ ନିଜ ବସଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହ କରିି ସଚିନ୍, ରିତିକାଙ୍କ ସହ ଝଗଡ଼ା କରିଥିଲେ। ପରେ ଏହି ଝଗଡ଼ା ବଢ଼ିବାରୁ ରାଗରେ ସଚିନ, ରିତିକାଙ୍କ ଗଳା ଚିପି ହତ୍ୟା କରିଥିଲେ। ଏହା ପରେ ସେ ମୃତଦେବହକୁ ବେଡ୍‌ସିଟରେ ଗୁଡ଼ାଇ ୨ଦିନ ମୃତଦେହ ପାଖରେ ଶୋଇଥିଲେ। ଏହି ୨ଦିନ ସେ ଖୁବ ମଦ୍ୟପାନ କରିଥିବା ସାମ୍ନାକୁ ଆସିଛି। ୨ଦିନ ପରେ ସଚିନ୍ ନିଜ ବନ୍ଧୁଙ୍କୁ କଲ୍ କରି କରିଥିବା ଅପରାଧ ବିଷୟରେ ଜଣାଇଥିଲେ। ହେଲେ ତାଙ୍କ ବନ୍ଧୁ ବିଶ୍ବାସ କରିନଥିଲେ। ସଚିନ୍ ବାରମ୍ବାର ଫୋନ କରି ହତ୍ୟା କରିିଛି ବୋଲି କହିବାରୁ ସେ ପୁଲିସକୁ କଲ୍ କରି ଏବିଷୟରେ ଜଣାଇଥିଲେ। ପୁଲିସ ସୂଚନା ପାଇ ସଚିନଙ୍କ ଠିକଣାରେ ପହଞ୍ଚିବା ପରେ ରିତିକାଙ୍କ ଗଳିତ ମୃତଦେହ ବେଡ୍‌ସିଟରେ ଗୁଡ଼ାଯାଇଥିବା ଦେଖିଥିଲା। ଏବେ ସଚିନଙ୍କୁ ହେପାଜତକୁ ନିଆଯାଇଥିବା ବେଳେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

ad-week
Leave A Reply

Your email address will not be published.