
ମାଲକାନଗିରି :ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ନାଲିଗୁଡା କଲୋନୀ ନଦୀରେ ଭାସିଯାଇ ୨ ଜଣ ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁ ର ଲବ ଡେରା (୪୫) ଏବଂ ଶୁକ୍ରି ଫଟକା (୪୦) । ଉଭୟଙ୍କ ମୃତଦେହ ଉଦ୍ଧାର କରି ଠାବ କରିଛି ଖଇରପୁଟ ଦମକଳ ବାହିନୀ ଦଳ । ମିଳିଥିବା ସୂଚନା ପ୍ରକାରେ , ଗତକାଲି ଜମିକୁ କାମ କରିବାକୁ ଯାଇଥିଲେ । ସନ୍ଧ୍ୟାରେ ଫେରିବା ସମୟରେ ବର୍ଷାରେ ନଦୀର ପ୍ରଖୋରତା ବଢିଯାଇଥିଲା । ନଦୀ ପାର ହେବାବେଳେ ଉଭୟେ ସ୍ରୋତରେ ଭାସିଯାଇଥିଲେ । ଶେଷ ରେ ଗାଁ ଲୋକେ ଖୋଜାଖୋଜି କରିବା ପରେ ଲବ ଡେରାଙ୍କ ମୃତ୍ୟଦେହ ପ୍ରଥମେ ଠାବ ହୋଇଥିଲା । ପରେ ଆଜି ସକାଳେ ଦମକଳ ଟିମ୍ ପହଞ୍ଚି ନଦୀ ଭିତରୁ ମହିଳା ଶୁକ୍ରିଙ୍କ ମୃତଦେହ ଠାବ କରିବାରେ ସକ୍ଷମ ହୋଇପାରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।