
ମାଲକାନଗିରି : ମାଲକାନଗିରି ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା, ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା, ବହୁଜନ କ୍ରାନ୍ତି ଓ ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା ପକ୍ଷରୁ ଆଜି ବାର ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଯାହାକୁ ନେଇ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିଭିନ୍ନ ମୋର୍ଚ୍ଚା ର କର୍ମକର୍ତ୍ତା ଓ ସଦସ୍ୟ ମାନେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ତେବେ ୫ଦଫା ଦାବି ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ଦାବି ମଧ୍ୟରେ ଇଭିଏମ ବନ୍ଦ କରି ବାଲେଟ ପେପର୍ ଭୋଟ କରାଯାଉ, କେନ୍ଦ୍ର ସରକାରଙ୍କ ଦ୍ୱାରା ଓବିସି ଙ୍କ ଜାତି ଭିତ୍ତିକ ଜନ ଗଣନା ନ କରବା, ଆର ଏସ ଏସ ଓ ବିଜେପି ଦ୍ୱାରା ମୂଳ ନିବାସୀ ବହୁଜନ ମହାପୁରୁଷ ଙ୍କୁ ଅପମାନିତ କରିବା ବନ୍ଦ କରାଯାଉ, ବୌଦ୍ଧ ଗୟା ଟେଂପଲ ଆକ୍ଟ ୧୯୪୯ ବିରୁଦ୍ଧରେ ସ୍ୱର ଉତ୍ତୋଳନ, ୱାକଫ ସଂଶୋଧନ ବିଧେୟକ ୨୦୨୫ ବିରୁଦ୍ଧରେ ସ୍ୱର ଉଠାଯାଇଛି। ଏହି ବନ୍ଦ ଡାକରା ଜିଲ୍ଲାରେ ଆଂଶିକ ପ୍ରଭାବ ପକାଇଛି। ଭାରି ଯାନ ଓ ଯାତ୍ରୀ ବାହି ଯାନ ଚଳାଚଳ ରେ କିଛି ସ୍ଥାନରେ ବାଧାପ୍ରାପ୍ତ ହୋଇଛି।