
ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ ଥିବା ପୁଷ୍ପାଞ୍ଜଳି ଗେଷ୍ଟ ହାଉସ ଜଣେ ଯୁବତୀଙ୍କୁ ହତ୍ୟା ହୋଇଛି । ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ପହଞ୍ଚି ଘଟଣା ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ପୁଲିସ କବଜାରେ ଅଭିଯୁକ୍ତ ରହିଥିବା ଜଣାପଡିଛି । ସୂଚନା ଥାଉକି ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଘଟଣା ଘଟିବାରେ ଲାଗିଛି | ବର୍ତ୍ତମାନ ବ୍ରହ୍ମପୁର ବିଭିନ୍ନ ଲଜ ପ୍ରେମୀ ଯୁଗଳଙ୍କ ଅମରାବତୀ ସାଜିଛି l ଯୁବକ ଯୁବତୀ କିଛି ସମୟ ପାଇଁ ଲଜକୁ ଆସିଥାନ୍ତି ଏବଂ ଏଠାରେ କିଛି ଅନ୍ତରଙ୍ଗ ସମୟ ଅତିବାହିତ କରନ୍ତି ଅଳ୍ପ ସମୟ ପାଇଁ ମୋଟା ଅଙ୍କର ଟଙ୍କା ଲଜ ମାଲିକ ପାଇଥାନ୍ତି l ଏପରିକି ସେକ୍ସ ରାକେଟ ବି କିଛି ଲଜ ରେ ଚାଲିଥିବା ଅଭିଯୋଗ ଆସୁଥିଲା କିନ୍ତୁ ପୋଲିସ ଏହାକୁ ହାଲକା ଭାବେ ନେବା ଦୁର୍ଭାଗ୍ୟ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l
ସୂଚନା ଥାଉକି ଆଜି ବ୍ରହ୍ମପୁର ନୁଆ ବସଷ୍ଟାଣ୍ଡ ନିକଟରେ ଥିବା ପୁଷ୍ପାଞ୍ଜଳି ଗେଷ୍ଟ ହାଉସ କୁ ଆଜି ସକାଳୁ ଦିନ ୧୧ ଟା ସମୟରେ ଦୁଇ ପ୍ରେମୀ ଯୁଗଳ କିଛି ସମୟ ଅତିବାହିତ କରିବାକୁ ଆସିଥିଲେ ଏବଂ ସେମାନେ ୧୧୨ ନମ୍ବର ରୁମ ରେ ରହିଥିଲେ ସେମାନେ ହେଲେ ଅଭୟ ମହାରଣା ଏବଂ ପ୍ରିୟା କୁମାରୀ ମହାରଣା | ଉଭୟ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳ ର ବୋଲି ସୂଚନା ମିଳିଛି l ଯାହାକି ପ୍ରେମିକ ଆଗରୁ ଯୋଜନା ବଦ୍ଧ ଭାବେ ଗେଷ୍ଟ ହାଉସ କୁ ଯିବା ପୂର୍ବରୁ ସାଙ୍ଗରେ ଗୋଟିଏ ଛୁରୀ ନେଇ ଯାଇଥିଲା କୌଣସି କାରଣ କୁ ନେଇ ପ୍ରେମିକା ସହିତ ତିକ୍ତତା ଥିବା କାରଣ ରୁ ସେ ନେଇଥିବା ଛୁରୀ ଭୁସି ନିଜ ପ୍ରେମିକା ପ୍ରିୟା ମହାରଣା କୁ ହତ୍ୟା କରି ସେଠାରୁ ଯାଇ ଥାନାରେ ଆତ୍ମ ସମର୍ପଣ କରିଥଲା ଏବଂ ଘଟଣା ବିଷୟରେ ସବୁକିଛି କହିଥଲା ପୋଲିସ ସଙ୍ଗେ ସଙ୍ଗେ ଉକ୍ତ ଗେଷ୍ଟ ହାଉସ କୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପ୍ରିୟା ର ମୃତ ଶରୀର କୁ ଜବତ କରି ପୋଷ୍ଟ ମୋଟମ ପାଇଁ ପଠାଇଛି l ବ୍ରହ୍ମପୁର ଏସ ପି ଡାକ୍ତର ଶ୍ରାବଣା ବିବେକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି, ଘଟଣା ର ପ୍ରକୃତ କାରଣ ଅତି ଶୀଘ୍ର ଜଣା ପଡିବ ବୋଲି ପୋଲିସ କହିଛି l