କେନ୍ଦୁଝର ଯୋଡା ଦଲପାହାଡ ନିକଟରେ ବଡ଼ ଅଘଟଣ, ମାଟି ତଳେ ଚାପି ହୋଇ ୩ ମୃତ

youtube

କେନ୍ଦୁଝର : ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ଜୀବନ ।  ମାଟି ତଳେ ଚାପି ହୋଇ ୩ ମୃତ ।  କେନ୍ଦୁଝର ଜିଲ୍ଲା ଯୋଡ଼ା ବିଛାକୁଣ୍ଡି ଦଲପାହାଡ଼ ନିକଟରେ ବଡ଼ ଅଘଟଣ ଘଟିଛି ।  ମାଙ୍ଗାନିଜ ଚୋରା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି ।

ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ପଡ଼ିଥିଲା ।  ତିନି ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ । ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।  ତେବେ ବର୍ଷା ଓ ଅନ୍ଧାର ଯୋଗୁଁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଥିଲା ।

ଦୀର୍ଘ ୬ ଘଣ୍ଟା ପରେ ୩ ଯୁବକଙ୍କୁ ଉଦ୍ଧାର କରିଥିଲା ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.