ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବର୍ହି ବିଭାଗରେ ଲାଗିଲା ନିଆଁ

add-all

ମାଲକାନଗିରି, ୨।୭ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ, ନିଆଁ ଲାଗି ଚକ୍ଷୁ ବିଭାଗର ଓପିଡ଼ି କକ୍ଷ ରେ ନିଆଁ ଲାଗି ଅନେକ ସାମଗ୍ରୀ ଜଳି ନଷ୍ଟ ହୋଇଛି। ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଳ ମହଲାରେ ଥିବା ଚକ୍ଷୁ ବହିର ବିଭାଗରେ କେହି ନଥିବା ବେଳେ ହଟାତ ନିଆଁ ଲାଗି ଯାଇଥିଲା। ଘର ମଧ୍ୟରୁ ଧୂଆଁ ବାହାରୁ ଥିବା ଓ ଫାୟାର ଆଲାରାମ ବାଜିବା ଦେଖି ନିଆଁ ଲାଗିଥିବା ଜାଣି ତୁରନ୍ତ କର୍ମଚାରୀ ମାନେ ନିଆକୁ ଆୟତ୍ତ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ସ୍ୱୟଂ ଚାଳିତ ଅଗ୍ନି ନିର୍ବାପକ ଯନ୍ତ୍ର ନିଆଁ ଆୟତ୍ତ ପାଇଁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ମାଲକାନଗିରି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ସମ୍ପୂର୍ଣ ଆୟତ୍ତ କରିଥିଲା। ତେବେ ଏସି ସର୍ଟ ସର୍କିଟ ହେବାରୁ ଏହି ନିଆଁ ଲାଗିଥିବା ପ୍ରାଥମିକ ସୂଚନା ମିଳି ଥିବା ବେଳେ ନିଆଁ ଲାଗି ଏସି, କିଛି ସାମଗ୍ରୀ ଓ ଅନ୍ୟ ଉପକରଣ ପୋଡି ନଷ୍ଟ ହୋଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବ୍ରଜ ବନ୍ଧୁ ଦାସ ଓ ଅନ୍ୟ ଅଧିକାରୀ ମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସୌଭାଗ୍ୟ ବସତ ନିଆଁ ଲାଗିବା ବେଳେ କୌଣସି ରୋଗୀ କିମ୍ବା ଅଧିକାରୀ ତଥା କର୍ମଚାରୀ ଉକ୍ତ କଠୋରୀ ମଧ୍ୟରେ ନଥିବା ହେତୁ କାହାର କିଛି କ୍ଷତି ହୋଇ ନାହି।

ad-week
Leave A Reply

Your email address will not be published.