
ହିଞ୍ଜିଳିକାଟୁ : ୫୯ ନ° ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ କଲେଜ୍ ସମ୍ମୁଖରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ ଏଜେଡ୍ ୭୮୦୯ ) ପଛକୁ ଏକ ଟ୍ରକ୍ (ଓଆର୦୭ ଏଲ ୫୭୦୩) ଧକ୍କା ଦେବା ଫଳରେ ୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି। ଆହତ ମାନଙ୍କ ପରିଚୟ ମିଳିପାରିନାହିଁ। ଦୂର୍ଘଟଣା ଘଟାଇ ଚାଳକ ଟ୍ରକକୁ ନେଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେବେଳେ ସମରଝୋଳ ପୁଲିସ୍ ବିଟ୍ ହାଉସ୍ କର୍ମଚାରୀ ସମରଝୋଳ ଛକରେ ଟ୍ରକକୁ ଅଟକାଇବା ସହ ଚାଳକଙ୍କୁ ଥାନାରେ ଅଟକ ରଖାଯାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି। ପ୍ରକାଶ ଯେ, ବୁଧବାର ରାତିର ଏକ ଯାତ୍ରୀବାହୀ ଅଟୋ ହିଞ୍ଜିଳିକାଟୁ ଠାରୁ ଆସିକା ଅଭିମୁଖେ ୮/୧୦ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ପଛପଟୁ ଏକ ଟ୍ରକ୍ ଦୃତ ଗତିରେ ଆସି ଅଟୋ ପଛପଟକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ଦୂର୍ଘଟଣାରେ ପ୍ରଚଣ୍ଡ ଶବ୍ଦ ଶୁଣି ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ।