ଆସିକା ନୂଆଗାଁ ଠାରେ ଚୋରା ବାଲି ହାଇୱା ଓଲଟିଲା…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ବାଲି ମାଫିଆ ମାନେ ପ୍ରଶାସନ କୁ ଖାତିରି ନକରି ଚୋରା ବାଲି ଚାଲାଣ କରୁଛନ୍ତି। ତାହାର ନଗ୍ନ ନମୁନା ନୂଆଗାଁ ଠାରେ ବାଦଗଡ଼ ଠାରୁ ବେଆଇନ ବାଲି ଧରି ଏକ ହାଇୱା ଆସୁଥିବା ବେଳେ ନିୟନ୍ତ୍ରଣ ହରେଇ ଓଲଟି ପଡିଛି। ଦୁର୍ଘଟଣା ସ୍ଥଳରେ ରାସ୍ତା ଉପରେ ବାଲି ବିଛେଇ ହୋଇ ପଡିବା ଫଳରେ ସାଧାରଣ ଲୋକ ଯିବା ଆସିବା ରେ ବାଧା ଉପୁଜିଛି। ପୋଲିସ କୁ ଚକାମା ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି। ଚୋରା ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରୁ ଚୋରାରେ ବାଲି ନେଉଥିବା ଯୋଗୁଁ ସରକାର ରାଜସ୍ୱ ହରାଉଛନ୍ତି। ଲିଜ ନଥିବା ବାଲି ଘାଟରୁ ରୀତିମତ ବାଲି ଚୋରା ଚାଲାଣ ହେଉଛି। ପୋଲିସ ବାଲି ଗାଡ଼ି ଅଟକାଇଲେ ବଦଳୀ କରିବାର ଭୟ ମଧ୍ୟ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। ଏଣ୍ଡୁଅ ସବୁବେଳେ ବଦନାମ ହେଉଛି।

ad-week
Leave A Reply

Your email address will not be published.