

ଗାଁ ରୁ ସହର ପର୍ଯ୍ୟନ୍ତ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଚୋରା ଦେଶୀ ଓ ବିଦେଶୀ ମଦ ଖୁଲାମ ଖୁଲା ବିକ୍ରି ହେଉଛି। ସରକାରଙ୍କ କାଗଜ କଲମରେ ମହୁଲ ଦେଶୀ ମଦ ଭାଟିଚାଲିଛି। ବାବୁ ମାନଙ୍କ ଆଶୀର୍ବାଦରେ ଅଧିକାଂଶ ମଦ ଭାଟି ଗୁଡି଼କରେ ସ୍ୱଳ୍ପ ସମୟରେ ପୋଚ ପ୍ରସ୍ତୁତ ସମୟରେ ରାଜା ପିଢ଼ିଆ ସାଙ୍ଗକୁ ଗୁଡ଼ ଓ ରାସାୟନିକ ପଦାର୍ଥ ମିଶ୍ରଣ କରି ଦେଶୀ ମଦ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଏହା ସହିତ ବିଦେଶୀ ମଦ ମଧ୍ୟ ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗ ଲଗାଇ ହୋମିଓପ୍ୟାଥିକ ଔଷଧ ରେ ବ୍ୟବହାର ହେଉଥିବା ସ୍ପିରିଟ ରେ କେମିକାଲ ମିଶ୍ରଣ କରି ମଦ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି। ଗତ ସପ୍ତାହରେ ବେଗୁନିଆପଡା ପୋଲିସ ହାତରେ ହୋମିଓ ପ୍ୟାଥିକ ଔଷଧ ରେ ବ୍ୟବହୃତ ସ୍ପିରିଟ ଜବତ ହୋଇଥିଲା। ଅବକାରୀ ବିଭାଗ ର ବାବୁ ମାନେ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ତଳୁଆ କର୍ମଚାରୀ ମାନଙ୍କୁ ଚୋରା ମଦ ମାଫିଆ ମାନଙ୍କ ଠାରୁ ମାସିଆରୀ ବଟି ଆଦାୟରେ ବ୍ୟସ୍ତ ରହୁଥିବା ଚର୍ଚ୍ଚା ହେଉଛି। ପୋଲିସ ସିଂଘ ଧରିଲେ ଅବକାରୀ ଖିର ଦୁଁ ଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ଭଳି ପରିସ୍ଥିତି କେଉଁ ସମୟରେ ନହେବ କିଏ ଅବା କହିବ। ସୂଚନା ଥାଉକି ଆସିକା, ପୁରୁଷୋତ୍ତମପୁର, ବେଗୁନିଆପଡା, କୋଦଳା ଏବଂ ଚିକିଟି ଆଦି ଅଞ୍ଚଳ ରୁ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ରୀତିମତ ଚୋରା ଅପମିଶ୍ରଣ ମଦ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ଚାଲାଣ ହେଉଛି, ତଳ ଦିନେ ଆସିକା ରୁ ଚୋରା ଦେଶୀ ମଦ ନୟାଗଡ ଜିଲ୍ଲା କୁ ଚାଲାଣ ହେଉଛି ବୋଲି ନୟାଗଡ ପୋଲିସ ସୂତ୍ରରୁ ଜଣାପଡିଛି l ଗଞ୍ଜାମ ଅବକାରୀ ବିଭାଗ ଏବଂ ପୋଲିସ କୁ ହାତ ବାରିସୀ କରି ଏହି ଚାଲାଣ ହେଉଛି ବୋଲି ସୂଚନା ଆସୁଛି l ବୋଧେ ପ୍ରଶାସନ ଏହି ଅପମିଶ୍ରଣ ବିଷାକ୍ତ ମଦ ମୃତ୍ୟୁ କୁ ଅପେକ୍ଷା କରିଛି l ଅବକାରୀ ବିଭାଗ ର ସାମାନ୍ୟ ପିଅନ ବି ଜଣେ ଜଣେ କୁବେର ପାଲୋଟି ଗଲେଣି ବୋଲି ଚର୍ଚ୍ଚା ହେଉଛି l ଗଞ୍ଜାମ ଜିଲ୍ଲା କୁ ସରକାରଙ୍କ ଇ. ଡି କିମ୍ବା ସି ବି ଆଇ ଆସିବାକୁ ରାସ୍ତା ପାଉନି ବୋଲି ଆଲୋଚନା ହେଉଛି l