ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

youtube

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସୁବର୍ଣ୍ଣରେଖାରେ ପାଣି କମିଛି । କେଉଁ ବେସିନରେ ପାଣି ଅଧିକ ନାହିଁ । ସତର୍କ ସୂଚନା କେଉଁଠି ନାହିଁ ବୋଲି ସେ କହିଛନ୍ତି ।

ସୁନ୍ଦରଗଡ଼, ଛତିଶଗଡ଼ ଛଡ଼ା କେଉଁଠି ବର୍ଷା ନଥିବା ସେ କହିଛନ୍ତି । ସ୍ୱାଭାବିକ ପ୍ରକ୍ରିୟାରେ ଏସଓପି ଅନୁସାରେ, ହୀରାକୁଦର ୬ ଗେଟ ଖୋଲା ହେବ। ୬୩୦ ଫୁଟ ହୀରାକୁଦ ଜଳ ଧାରଣ କ୍ଷମତା ରହିଛି। ଏବେ ୬୦୫ ଫୁଟ ପାଣି ଅଛି। ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଆସନ୍ତା ରବିବାର ଅର୍ଥାତ ଜୁଲାଇ ୬ ତାରିଖ ସକାଳ ୧୦ଟାରେ ଖୋଲିବ ହୀରାକୁଦ ଗେଟ୍ ।ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡା ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା  ।

ସୂଚନାଥାଉକି, ଝାଡଖଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ, ଜଳକାରେ ବନ୍ୟା ଆସିଥିଲା। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାରେ ବନ୍ୟା ଆସିବା ସହ ବାଲେଶ୍ବର ଅଧିକ ପ୍ରଭାବିତ ହୋଇଛି। ଉତ୍ତର ଓଡ଼ିଶାରେ ବର୍ଷା କମିଥିବାରୁ ନଦୀରେ ଜଳସ୍ତର କମିଛି। ସତ କିନ୍ତୁ ବନ୍ୟା ଦୁର୍ଦ୍ଦଶା ଲାଗି ରହିଛି।

ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳପତ୍ତନ ୬୦୩.୨୫ଫୁଟ ରହିଥିଲା। ଜଳଭଣ୍ଡାରକୁ ୧ ଲକ୍ଷ ୧ହଜାର ୩୪୯ କ୍ୟୁସେକ ଜଳ ପ୍ରବେଶ କରୁଛି। ବିଭିନ୍ନ ପାୱାର ଚ୍ୟାନେଲ ଦେଇ ୩୪ ହଜାର ୨୫୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Leave A Reply

Your email address will not be published.