ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍

add-all

କଟକ : ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବସ୍ ଚଳାଚଳ ବନ୍ଦ ଥିଲା। ହେଲେ ଚାରିଦିନ ହେଲା ଧର୍ମଘଟର ସମାଧାନ ହେଉନଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବାରୁ ମାଲିକ କ୍ଷତି ସହୁଛନ୍ତି । ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇ କାଲିଠୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି ।

ଏନେଇ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି କୁହାଯାଇଛି କି  ଆସନ୍ତାକାଲି ଠାରୁ ରାଜ୍ୟରେ ଘରୋଇ ବସ୍ ଗଡିବ। ରାଜ୍ୟ ବସ ମାଲିକ ସଙ୍ଘ ପକ୍ଷରୁ ଏନେଇ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପାଇଁ ଦାବି କରାଯାଇଛି। କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିଲେ ପୁଲିସ ଓ ପ୍ରଶାସନର ସହାୟତା ନିଆଯିବ ବୋଲି ମଧ୍ୟ  ରାଜ୍ୟ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.