ଅବସର ପ୍ରାପ୍ତ ପୋଲିସ ଅଫିସର ସଂଘ କାର୍ଯ୍ୟାଳୟ ଠାରେ ୩୨ ତମ ପ୍ରତିଷ୍ଠା ଦିବସ ପାଳିତ …..!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସିଲ୍ଲକ ସିଟି ବ୍ରହ୍ମପୁର ସ୍ଥିତ ଅବସର ପ୍ରାପ୍ତ ପୋଲିସ ଅଫିସର ସଂଘ କାର୍ଯ୍ୟାଳୟ ଠାରେ ୩୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର ଅବସର ପ୍ରାପ୍ତ ଭାଇସ ଚାନ୍ସଲେର ପ୍ରଫେସର ଜୟନ୍ତ ମହାପାତ୍ର,ଅବସର ପ୍ରାପ୍ତ ଆଇଜି ପୋଲିସ ବିପ୍ର ଚରଣ ଆଚାର୍ଯ୍ୟ,ବ୍ରହ୍ମପୁର ପୋଲିସ ହାଇସ୍କୁଲର ସଭାପତି ପ୍ରକାଶ ଚନ୍ଦ୍ର ସାହୁ, କର୍ଯ୍ୟକାରୀ ସଭାପତି ସାନ୍ତୁନୁ ପାଢ଼ୀ ଏହି ପ୍ରତିଷ୍ଠା ଦିବସ ରେ ଯୋଗ ଦେଇଥିଲେ। ଏହି ସଙ୍ଘ ଅତି ପୁରାତନ ସଂଘ ପୋଲିସ ଅଫିସର ମାନେ ଯେତେବେଳେ କାର୍ଯ୍ୟରତ ଥିଲେ ସେତେବେଳେ ଯେମିତି ଲୋକ ତଥା ସମାଜ ର ସେବା କରୁଥିଲେ ଅବସର ପରେ ବି ଅବସର ପ୍ରାପ୍ତ ପୋଲିସ ଅଫିସର ସଂଘ ପକ୍ଷରୁ ବ୍ରହ୍ମପୁର ରେ ବିଭିନ୍ନ ସାମାଜିକ କାର୍ଯକ୍ରମ ଯଥା ମେଗା ସ୍ୱାସ୍ଥ୍ୟ, ଚକ୍ଷୁ ଚିକିତ୍ସା ସମେତ ପର୍ବ ପର୍ବାଣି ରେ ବିଭିନ୍ନ ପ୍ରକାର ଖାଦ୍ୟ ବଣ୍ଟନ କରି ଆସୁଥିବା ଯୋଗୁଁ ବ୍ରହ୍ମହପୁର ଜନ ସାଧାରଣ ସଂଘକୁ ପ୍ରଶଂସା କରିଥିଲେ।ମୁଖ୍ୟତଃ ଏହି ସଂଘ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ବିଭିନ୍ନ ସମୟରେ ମଧୁମୟ ରୋଗୀ, ଏବଂ ଚକ୍ଷୁ ପରୀକ୍ଷା କରାଇଥିବା ଦେଖିବାକୁ ମିଳି ଥାଏ l ଆଜିର ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଠାରେ ଥିବା ଏକ ମାତ୍ର ପୋଲିସ ହାଇସ୍କୁଲ ସରକାରୀ ଅନୁଦାନରୁ ବଞ୍ଚିତ ହୋଇଥିବା ସମ୍ପର୍କ ରେ ବି ଚର୍ଚ୍ଚା କରାଯାଇଥିଲା ଏବଂ ଅଥିତି ମାନେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସରକାର ଙ୍କୁ ଅନୁରୋଧ ବି କରିଥିଲେ ଏହି ପୁରାତନ ହାଇସ୍କୁଲ କୁ କିଛି ଅନୁଦାନ କରନ୍ତୁ ଏବଂ ଏହି ସ୍କୁଲକୁ ସରକାର ହାତକୁ ନେବା ସକାଶେ ସଂଘ ପକ୍ଷରୁ ନିବେଦନ କରିଛନ୍ତି। ଶେଷରେ ପୋଲିସ ହାଇ ସ୍କୁଲର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ସ୍କୁଲ ର ଶିକ୍ଷୟତ୍ରୀ ମଧୁସ୍ମିତା ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ଏବଂ ସଂଘ ର କର୍ମକର୍ତ୍ତା ମାନଙ୍କ ମନବଳ ବଢାଇବା ସହିତ ପ୍ରଂଶସା କରିଥିଲେ l

ad-week
Leave A Reply

Your email address will not be published.