ଡାକ୍ତର ଙ୍କ ବଦଳିକୁ ନେଇ ଆଶାକର୍ମୀ ଙ୍କ ପ୍ରତିବାଦ…

add-all

ଉମରକୋଟ:୧୨/୦୭/୨୦୨୫, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡକ୍ଟରଙ୍କ ବଦଳି କୁ ପ୍ରତିବାଦ କରି ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଶତାଧିକ ଆଶା କର୍ମୀ ଓ ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଛନ୍ତି,ଡକ୍ଟରଙ୍କ ବଦଳି ବାତିଲ କରି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ ପୁନଃ ଅବସ୍ଥାପିତ ନକଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଉପରେ ପ୍ରାୟ ୫ଟି ବ୍ଲକ ଓ ମୁନ୍ସିପାଲିଟି ର ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ ଲୋକେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ମଙ୍ଗଳବାର ଦିନ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡକ୍ଟର ସୁମନ୍ତ ରାଉଳ ଙ୍କୁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବଦଳି କରିଥିଲେ ଏବଂ ଡକ୍ଟର ସୁମନ୍ତ ରାଉଳ ବଦଳିର ଚିଠି ପାଇବା ପରେ ଜିଲା ଚିକିତ୍ସାଳୟ ଠାରେ ଯୋଗ ଦେଇଥିବା ସୂଚନା ମିଳିଛି। ଉପଖଣ୍ଡ ଚିକିତ୍ସାଳୟ କୁ ପ୍ରତିଦିନ ୧୦୦ ଗର୍ଭବତୀ ମହିଳା ଚିକିତ୍ସା ପାଇଁ ଆସିଥାନ୍ତି ଏବଂ ପ୍ରାୟ ପନ୍ଦର ରୁ କୋଡିଏ ଜଣ ମହିଳା ପ୍ରସୂତି ହୋଇଥାନ୍ତି ସେହିଭଳି ହାରାହାରି ପ୍ରତିଦିନ ପ୍ରାୟ ୫୦ମହିଳା ଅଲଟ୍ରାସାଉଣ୍ଡ କରିଥାନ୍ତି ଏବଂ ପ୍ରତି ମାସରେ ପ୍ରାୟ ୬୦ରୁ ୭୦ଜଣ ମହିଳା ଅସ୍ତ୍ରୋପଚାର ଜରିଆରେ ପ୍ରସୂତି ହୋଇଥାନ୍ତି ଏହିଭଳି ସ୍ଥିତିରେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଙ୍କୁ ଉପଖଣ୍ଡ ଚିକିତ୍ସାଳୟ ରୁ ବଦଳି କରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା କେତେଦୂର ଯୁକ୍ତି ଯୁକ୍ତ ତାହାକୁ ନେଇ ସାଧାରଣ ରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ପ୍ରାୟ ୧୨ ଘଂଟିକା ଠାରୁ ବ୍ଲକର ଶତାଧିକ ଆଶା କର୍ମୀ ଓ ସ୍ଥାନୀୟ ବାସିନ୍ଦା ଡକ୍ଟର. ରାଉଳ ଙ୍କୁ ଫେରାଇ ଆଣିବାକୁ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଉଥିବା ଦେଖିବାକୁ ମିଳିଛି। ଆମେ ଗ୍ରାମାଞ୍ଚଳରୁ ଜଣେ ଗର୍ଭବତୀ ଙ୍କୁ ଆଣି ଚିକିତ୍ସାଳୟ କୁ ଆସିଲେ ଡକ୍ଟର ରାଉଳ ରୋଗୀଙ୍କୁ ଅନେକ ସହଯୋଗ କରିଥାନ୍ତି ବୋଲି ଆଶା କର୍ମୀ ମାନେ କହିଛନ୍ତି। ବୁଧବାର ଦିନ ଡକ୍ଟର ରାଉଳ ଙ୍କ ଅନୁପସ୍ଥିରେ ଉପଖଣ୍ଡ ଚିକିତ୍ସାଳୟ ରୁ ପ୍ରାୟ ୬ ଜଣ ଗର୍ଭବତୀ ମହିଳା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.