ବ୍ରହ୍ମପୁର ସହରରେ ଲାଗିଥିବା ସିସି କେମେରା ଧର୍ମକୁ ଆଖି ଠାର……!

add-all

ମହାନଗର ନିଗମର ମହା ଦୁର୍ନୀତି…, ” ନିମ୍ନ ମାନର ସିସି କେମେରା ଏବେ ଅଚଳ “….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସିଲକ୍କ ସିଟିରେ ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ମହା ନଗର ନିଗମ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସିସି କେମେରା ଲଗାଯାଇଛି। ସହରେ ଦିନକୁ ଦିନ ବଢୁ ଥିବା ଚୋରୀ ହାରି ସାଙ୍ଗକୁ ଅପରାଧ ତତ୍ତ୍ୱ ମାନଙ୍କୁ ଗତି ଵିଧି ଉପରେ ନଜର ରଖିବା ପାଇଁ ସିସି କେମେରା ଖଞ୍ଜା ଯାଇଛି। ସହର ସାରା ଲାଗିଥିବା ସିସି କେମେରା ଏବେ ଅଧିକାଂଶ ସ୍ଥାନରେ ଅଚଳ ହୋଇଥିବା ସହର ରେ ଚର୍ଚ୍ଚା ଜୋର ଧରିଛି। ସହରରେ ଲାଗିଥିବା ଅଚଳ ସିସି କେମେରା ଅପରାଧ ତତ୍ତ୍ୱ ମାନଙ୍କ ପାଇଁ ପୁଷ ମାସ ପାଲଟିଛି। ନିମ୍ନ ମାନର ସିସି କେମେରା ଲଗାଇ ଲକ୍ଷ ଲକ୍ଷ ଟଙ୍କା ବାଟମରଣା ହୋଇଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। କେଉଁଠି ସିସି କେମେରା କାର୍ଯ୍ୟକାରି ହେଉଛି ତ କେଉଁଠି ନାହିଁ ସବୁ ଖବର ଅପରାଧ ତତ୍ତ୍ୱ ମାନଙ୍କ ପାଖରେ ରହିଥିବା ଯୋଗୁଁ ପୋଲିସକୁ ଅପରାଧ ଘଟିବା ପରେ ଅପରାଧିଙ୍କ ପାଖରେ ପହଁଞ୍ଚିବା କଷ୍ଟ କର ହେଉଥିବା ନେଇ ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି। ସିସି କେମେରା କେଉଁ କ୍ୱାଲିଟିର ସଂଯୋଗ ହୋଇଥିଲା ତାହାର ତଦନ୍ତ କରିଲେ ଏହି ଘୋଟାଲା ର ଗୁମର ଖୋଲିବ ବୋଲି ସାଧାରଣରେ ଦାବୀ ହେଉଛି। ସହର ସାରା ସିସି ଟିଭି ଲାଗିଛି ଯାହାକି ଧର୍ମକୁ ଆଖିଠାର କହିଲେ କିଛିବି ଭୁଲ ହେବ ନାହିଁ l ଏହି ସିସି ଟିଭି ଦୁର୍ନୀତି ର ତଦନ୍ତ ହେବା ନିହାତି ଜରୁରୀ ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ଗହଣରେ ଦାବୀ ହେଉଛି l

ad-week
Leave A Reply

Your email address will not be published.