ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀସଙ୍ଘର ୫୨ତମ ବାର୍ଷିକ ଅଧିବେଶନ

youtube


ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଙ୍ଘର ୫୨ତମ ବାର୍ଷିକ ଅଧିବେଶନ ଓ ନୂତନ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ହୋଇସାରିଛି l ସଭାପତି ଡ ମିହିର କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ସରକାରୀ ଏନ. ପି. ଏସ ନିୟମରେ ଭୁକ୍ତଥିବା କର୍ମଚାରୀ ମାନଙ୍କ ପରିବାର ସଦସ୍ୟ ଙ୍କୁ ମୃତ୍ୟୁ କାଳୀନ ପେନସନ ମିଳୁଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ମଚାରୀ ମାନେ ସେଥିରୁ ବାଦ ପଡିଛନ୍ତି l ସରକାରୀ କର୍ମଚାରୀଙ୍କୁ ୟୁ. ପି. ଏସ. ଲାଗୁହେଉଥିବା ବେଳେ ବିଶ୍ୱବିଦ୍ୟାଳୟ ଗୁଡିକରେ ଲାଗୁ ନାହିଁ l ସରକାରଙ୍କ ଏଭଳି ନୀତି ଯୋଗୁଁ କର୍ମଚାରୀମାନେ ଦୁଃଖ ପ୍ରକାଶ କରିଥିଲେ l ଏଥିସହ ସରକାରଙ୍କ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ପଦପଦବୀ ଉଛେଦ ଦ୍ୱାରା କର୍ମ କ୍ଷେତ୍ରରେ ବିଭିନ୍ନ ଅସୁବିଧା ଉପରେ ଆଲୋଚନା ହୋଇଥିଲା l ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ସାହୁ ସଭା ପରିଚାଳନା କରିଥିଲେ l ୨୦୨୫ – ୨୬ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମଧ୍ୟରେ ସଭାପତି ଭାବେ ଡ ମିହିର କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତିଭାବେ ସତ୍ୟ ନାରାୟଣ ଶତପଥୀ, ମନୋଜ କୁମାର ଶତପଥୀ, ଉପସଭାପତିଭାବେ ଦେବୀ ପ୍ରସାଦ ବେହେରା, ସଂଗ୍ରାମ କେଶରୀ ନାୟକ, ସାଧାରଣ ସମ୍ପାଦକଭାବେ ଇନ୍ଦ୍ର ପ୍ରସାଦ ବେହେରା, ସଂଗଠନ ସମ୍ପାଦକଭାବେ ପ୍ରଦୀପ କୁମାର ବେହେରା, ସଂପାଦକଭାବେ ମିତ୍ରଭାନୁ ମେହେର, ଦେବୀ ପ୍ରସାଦ ମିଶ୍ର, ସହ ସମ୍ପାଦକଭାବେ ଏମ ତାରିଣୀୟା ରେଡ୍ଡୀ, ଏନ. ଭୀମରାଜୂ ରେଡ୍ଡୀ, କ୍ରୋସାଧ୍ୟକ୍ଷଭାବେ ସିମାଞ୍ଚଳ ବେହେରା ଏବଂ ଉପଦେଷ୍ଟା ଭାବେ ଡ ଗୌରୀ ଶଙ୍କର ମହାରଣା ପ୍ରମୁଖ ଚୟନ ହୋଇଥିବା ବେଳେ ୨୮ଜଣ କାର୍ଯ୍ୟକାରୀ କମିଟି ସଭ୍ୟ ମଧ୍ୟ ଚୟନ କରାଯାଇଛି l ମଞ୍ଚରେ ଅନ୍ୟ ମାନଙ୍କ ସମେତ ଗତ ବର୍ଷର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କୁମାର ପାତ୍ର, ସହ ସମ୍ପାଦକ କୁରେଶ ଚୌଧୁରୀ ପ୍ରମୁଖ ମଂଚାସୀନ ଥିଲେ lଶେଷରେ ଇନ୍ଦ୍ର ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.