ଦୁର୍ବୁତ୍ତଙ୍କ ଆକ୍ରମଣରେ ୱେବ ଚ୍ୟାନେଲ ସାମ୍ବାଦିକ ମୃତ…

add-all

ମାଲକାନଗିରି, ୧୩।୭ ମାଲକାନଗିରି ଜିଲ୍ଲା ରେ ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଜଣେ ମୃତ, ମୃତକ ଜଣଙ୍କ ଜଣେ ୱେବ ଚେନାଲ ର ସାମ୍ବାଦିକ ବୋଲି ସୂଚନା ମିଳିଛି। ମୃତକ ଙ୍କ ନାଁ ସିଏଚ ନରେଶ। ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୁରଲୀଗୁଡା ଗ୍ରାମ ନିକଟରେ ସି.ଏଚ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଏବଂ ତାଙ୍କର କିଛି ବନ୍ଧୁ କାର ନିକଟରେ ବର୍ତ୍ତାଳାପ କରୁଥିବା ବେଳେ ଦୁଇଟି ମୋଟର ସାଇକେଲରେ ୫ ଜଣ ଦୁର୍ବୁତ୍ତ ଆସି ହଟାତ ଆକ୍ରମଣ କରିଥିଲେ। ଖଣ୍ଡା ସହ ଧାରୁଆ ଅସ୍ତ୍ର ରେ ଆକ୍ରମଣ ହୋଇଥିବା ବେଳେ ସି.ଏଚ ନରେଶଙ୍କ ହାତରେ ଗଭୀର ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିଲେ। ତେବେ ଘଟଣା ସ୍ଥଳରୁ ସାମ୍ବାଦିକ ମାନଙ୍କ ଠାରୁ ନେଇ ଯାଇଥିବା କାରକୁ ମଧ୍ୟ ଦୁର୍ବୁତ୍ତ ଚଢ଼ାଇ ନେଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ନରେଶ ଙ୍କୁ ପ୍ରଥମେ ମୋଟୁ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନରେଶ ଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ରେ ଅନ୍ୟ କିଛି ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଥିବବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.