ବ୍ରହ୍ମପୁର ସହରରେ ସାହି ସାହିରେ ଦେଶୀ, ବିଦେଶୀ ମଦର ବନ୍ୟା…..!
ଧଳା ଜହର ବଳୟ ରେ ଲାଞ୍ଜିପଲ୍ଲୀ ଓ ମେଡିକାଲ କଲେଜର ଖେଳ ପଡିଆ..!


ଚେଇଁ ଶୋଇଛି ପୋଲିସ ଓ ଅବକାରୀ ବିଭାଗ ..!
ବ୍ରହ୍ମପୁର:ଗତ କିଛି ଦିନ ହେଲା ବ୍ରହ୍ମପୁର ସହର ର ବିଭିନ୍ନ ଗଳି କନ୍ଦିରେ ଥିବା ଚାହା ଦୋକାନ ଠାରୁ ଆରମ୍ଭ କରି ତେଜରାତି ଦୋକାନ ରେ ଦେଶୀ ଓ ଵେଦେଶୀ ମଦ ବିକ୍ରି ହେଉଛି ବୋଲି ଅଭିଯୋଗ ହେଉଛି।ଯେଉଁଠି ଚାହିଁବ ସେଠି ମଦ ବିକ୍ରି ହେଉଥିବା ଯୋଗୁଁ ମଦ୍ୟପଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ବାରେ ଲାଗିଛି। ଏହି ବେଆଇନ ମଦ ବିକ୍ରି ଅବକାରୀ ଓ ପୋଲିସ ବିଭାଗର ଇସାରାରେ ବିକ୍ରି ହେଉଥିବା ନେଇ ଚର୍ଚ୍ଚା ହେଉଛି। ଏତେ ପରିମାଣରେ ଏହି ସବୁ ମଦ କେଉଁଠାରୁ ଆସୁଛି ତାହାବି ଅନୁସନ୍ଧାନ ସାଫେକ୍ଷ। ଅସଲି ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ରାଜ୍ୟରେ ବ୍ରହ୍ମପୁର ସହର ପ୍ରଥମ ରହିଛି। ଏହି ସବୁ ମଦ ଅପମିଶ୍ରଣ ନାଁ ନାହିଁ ଜବତ କରି ଲେବ୍ରୋଟେରି ଲ୍ୟାବ କୁ ପଠେଇଲେ ଜଣାପଡ଼ିବ। ପ୍ରକାଶ ଥାଉକି ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପମିଶ୍ରଣ ମଦ ପ୍ରସ୍ତୁତ ହେବାର ନଜିର ରହିଛି। ଏବଂ ବିଷାକ୍ତ ମଦ ମୃତ୍ୟୁ ର ବିଭୀଷିକା ବି ଜିଲ୍ଲା ଦେଖିଛି l ସୂଚନା ଥାଉକି ବ୍ରହ୍ମପୁର ବି ଏନ ପୁର ଥାନା ଅଧିନସ୍ଥ ଲାଞ୍ଜିପଲ୍ଲୀ ଅଞ୍ଚଳରେ ବେଆଇନ ମଦ କାରବାର ଜୋରଦାର ଚାଲିଥିବା କୁ ନେଇ ଅଭିଯୋଗ, ହେଉଛି ଅଞ୍ଚଳ ରେ ଦଲାଲ ମାନେ ସକ୍ରିୟ, ଅଛନ୍ତି କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି ଅଧିକାରୀ l ବାରମ୍ବାର ଅଭିଯୋଗ ଅଞ୍ଚଳ ବାସୀ କଲେ ବି ନା ଶୁଣୁଛି ପୋଲିସ ନା ଅବକାରୀ ବଭାଗ କେବଳ ମଦ ନୁହଁ ଗଂଜେଇ ଓ ଧଳା ଜହର ବି ବିକ୍ରି ହେଉଥିବା ଅଭିଯୋଗ ଆସୁଛି l ସୂଚନା ଥାଉକି କେବଳ ଲାଞ୍ଜିପଲ୍ଲୀ ନୁହଁ ବ୍ରହ୍ମପୁର ଵସଷ୍ଟାଣ୍ଡ, ବଡବଜାର ଥାନା, ଗୋଶାଣୀ ନୂଆଗାଁ ଥାନା ଅଞ୍ଚଳ, ନିମଖଣ୍ଡି ଥାନା ଅଞ୍ଚଳ ରେ ବ୍ୟାପକ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବହୁଳ ମାତ୍ରାରେ ଚାଲିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି l ସୂଚନା ଥାଉକି ମେଡିକାଲ କଲେଜ ପଡିଆ ନିକଟରେ ଧଳା ଜହର କାରବାର ଚାଲିଛି ବୋଲି ଅଭିଯୋଗ ଆସୁଛି ସେଠାରେ ସନ୍ଧ୍ୟା ହେଲେ ଯୁବପିଢ଼ିଙ୍କ ଆସର ଜମୁଛି ପୋଲିସ କୁ ବଟି ଦେଇ ଉଠା ଦୋକାନୀ ମାନେ ଗଂଜେଇ ସିଗାରେଟ ସହିତ ଧଳା ଜହର ଖୁଲାମ ଖୋଲା ବ୍ୟବସାୟ ଚଲାଉଛନ୍ତି ବୋଲି ସ୍ଥାୟୀ ବାସିନ୍ଦା ଅଭିଯୋଗ କଲେଣି l ତେଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l