ଟ୍ରକ୍ ଦୁର୍ଘଟଣାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା, ଚାଳକ ଆହତ

add-all

ହିଞ୍ଜିଳିକାଟୁ : ୫୯ ନ° ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଘୋଡାହାଡ ସେତୁ ନିକଟରେ ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ରକ (ଓଡି୧୭ ଏମ୍ ୮୫୨୧) ଦୂର୍ଘଟଣା ଘଟିଛି।‌ ଦୁର୍ଘଟଣାରେ ରାସ୍ବା ପ୍ବାର୍ଶ୍ବରେ ରହିଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ସେତୁ ପ୍ବାର୍ଶ୍ବରେ ରହିଥିବା ଗାର୍ଡ ଓ୍ବାଲ ସହ ଟ୍ରକର ଧକ୍କା ଘଟିଛି। ଦୁର୍ଘଟଣାରେ ଟ୍ରକ୍ ଚାଳକ ଜଣଙ୍କ ଆହତ ହୋଇଛନ୍ତି। ଆହତ ଚାଳକ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ପିଙ୍ଗଳଗେଡା ଗ୍ରାମର ପ୍ରବୀଣ କୁମାର କର୍ଣ୍ଣ (୩୪) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି। ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଗୋପାଳପୁର ପୋର୍ଟରୁ ଆଲୁମିନିୟମ ପାଉଡର ବୋଝେଇ କରି ଟ୍ରକଟି ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ହିଞ୍ଜିଳିକାଟୁ ଘୋଡାହାଡ ସେତୁ ନିକଟରେ ଚାଳକଙ୍କ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ରାସ୍ତା ପ୍ବାର୍ଶ୍ବରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଓ ସେତୁ ପ୍ବାର୍ଶ୍ବରେ ଥିବା ଗାର୍ଡ ଓ୍ବାଲକୁ ଟ୍ରକ୍ ଧକ୍କା ଦେଇଥିଲା।

ad-week
Leave A Reply

Your email address will not be published.