୨ ଲୁଟେରା ଗିରଫ, ୨୪୫ ବୋତଲ ତାର୍ପଲିନ ତେଲ ଜବତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ଆଙ୍କୋରଡା ଗ୍ରାମର ଏକ ଫିନାଇଲ୍ ତିଆରି କାରଖାନାରୁ ବୁଧବାର ଭୋରରୁ ଚୋରୀ ହୋଇଥିଲା। ଘଟଣା ନେଇ କାରଖାନା ମାଲିକ ସନ୍ତୋଷ କୁମାର ପାଣିଗ୍ରାହୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୫୫୪/୨୫ ରେ ଏକ ମାମଲା ରୁଜୁ କରି ଥାନା ଏସଆଇ ତଥା ତଦନ୍ତକାରୀ ଅଧିକାରୀ ରଶ୍ମୀରଞ୍ଜନ ସାମଲ ଘଟଣାର ତଦନ୍ତ ଚଳାଇଥିଲେ। ଶନିବାର ଘଟଣାରେ ସଂପୃକ୍ତଥିବା ୨ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ଚିତ୍ରସେନ ତାଣ୍ଡି (୪୫) ଓ ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମର କୋରେଶ ସାହୁ (୪୦) । ଗିରଫ ୨ ଲୁଟେରାଙ୍କ ଠାରୁ ୨୪୫ ବୋତଲ ତାର୍ପଲିନ ତେଲ ଜବତ କରାଯାଇଛି। ଗିରଫ ୨ ଲୁଟେରାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ବୁଧବାର ଭୋର ପ୍ରାୟ ସାଢେ ୩ ଘଣ୍ଟା ସମୟରେ ୨ ଲୁଟେରା ଚିତ୍ରସେନ ଓ କୋରେଶ ସ୍ଥାନୀୟ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମରେ ଥିବା ସନ୍ତୋଷ ପାଣିଗ୍ରାହୀଙ୍କ ଫିନାଇଲ୍ ତିଆରି କାରଖାନାରେ ପଶି ତାର୍ପୋଲିନ୍ ତେଲ ଚୋରୀ କରୁଥିବା ବେଳେ କାରଖାନା ମାଲିକଙ୍କ ସ୍ତ୍ରୀ ଚିତ୍କାର କରିବାରୁ ୨ ଲୁଟେରା ଚୋରୀ ସାମଗ୍ରୀ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।‌

ad-week
Leave A Reply

Your email address will not be published.