ଜୁଲାଇ ୧୫ରେ ମହାକାଶରୁ ଫେରିବେ ଶୁଭାଂଶୁ

add-all

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ୧୪ ଦିନିଆ ମହାକାଶ ମିସନ ଶେଷ ହୋଇଛି । ସେ ଆସନ୍ତା ମଙ୍ଗଳବାରଦିନ ଅର୍ଥାତ୍ ଜୁଲାଇ ୧୫ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ କରିବେ ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରବିବାର ଆକ୍ସିଅମ୍-୪ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ମିଶନ ସହିତ ଜଡିତ ଏକ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ ଶୁଭାଂଶୁ ଶୁକ୍ଲା ଜୁଲାଇ ୧୫ ଦିନ ୩ଟା (ଭାରତୀୟ ସମୟ) ସମୟରେ ପୃଥିବୀକୁ ଫେରିବେ।

ଏକ ‘ଏକ୍ସ’ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ ଆକ୍ସିଅମ୍-୪ ସୋମବାର ଅର୍ଥାତ୍ ୧୪ ଜୁଲାଇ ଅପରାହ୍ଣ ସାଢେ ୪ଟାରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନର ଅଲଗା ହେବ । ଏହା ଜୁଲାଇ ୧୫ ଅପରାହ୍ଣ ଭୂପୃଷ୍ଠରେ ପହଞ୍ଚିବ । ଏହି ସମୟରେ ପ୍ରାୟ ୧ ଘଣ୍ଟା ଏପଟସେପଟ ହୋଇପାରେ ।

ସୂଚନାଯୋଗ୍ୟ ଯେ, ଆକ୍ସିଅମ୍-୪ ମିଶନ ଅଧୀନରେ ଶୁଭାଂଶୁ ଶୁକ୍ଲା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାଇଥିଲେ। ଏହି ମହାକାଶଚାରୀଙ୍କର ୧୪ ଦିନିଆ ମିଶନ ଥିଲା, ଯାହା ସମାପ୍ତ ହୋଇଛି। ବର୍ତ୍ତମାନ ଶୁଭାଂଶୁ ଶୁକ୍ଲା ଏବଂ ଅନ୍ୟ ମହାକାଶଚାରୀ ପୃଥିବୀକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି।

ad-week
Leave A Reply

Your email address will not be published.