ଟାଟା ପାୱାରର ଯନ୍ତ୍ରଣା ରେ ଉପଭୋକ୍ତା ଛଟପଟ…!

ଅଫିସ ରୁ ଅଫିସ ଦୌଡ଼ି ଗ୍ରାହକ ହନ୍ତସନ୍ତ….!

youtube


ନିଃସର୍ତ୍ତ ନିୟୁଜ ବ୍ରହ୍ମପୁର:ଆସିକା ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ଟାଟା ପାୱାର ର ଯନ୍ତ୍ରଣାରେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ସାମନ୍ୟା ସମସ୍ୟାର ସମାଧାନ ପାଇଁ ଗ୍ରାହକ ମାନେ ଆସିକା ଟାଟା ପାୱାର ର ସତ୍ୟନାରାୟଣ ମନ୍ଦିର ଠାରେ ଥିବା କାର୍ଯ୍ୟାଳୟ ରୁ ତାଲୁକା କାର୍ଯ୍ୟାଳୟ କୁ ବାରମ୍ବାର ଦୌଡ଼ି ନୟାନ୍ତ ହେବାକୁ ପଡୁଛି। ସାମନ୍ୟା ତ୍ରୁଟିକୁ ଆଳ କରି ଗ୍ରାହକଙ୍କ ଭଲ ଥିବା ମିଟର କୁ କାଢ଼ି ସ୍ମାର୍ଟ ମିଟର ଲଗାଯାଉଥିବା ଅଭିଯୋଗ ହେଉଛି। ଉପ ଭୋକ୍ତା ମାନେ କୌଣସି କାର୍ଯ୍ୟରେ ବିଭିନ୍ନ ସମୟରେ କାର୍ଯ୍ୟାଳୟ କୁ ଗଲେ ବାବୁ ମାନଙ୍କ ଚୌକି ଖାଲି ପଡ଼ି ଥିବା ଦେଖିବାକୁ ମିଳୁଛି। ଭାଗ୍ୟକୁ ଆଦାରୀ ଚୁପଚାପ କାନମୁଣ୍ଡା ଆଉଁସି ଗ୍ରାହକ ଚାଲି ଆସିବାକୁ ବାଧ୍ୟ ହେଉଛି। ଗ୍ରାହକ ମାନେ ବିଦ୍ୟୁତ ବକେୟା ବିଲ ଦେବାରେ ଟିକେ ଅବହେଳା କରିଲେ ସ୍ମାର୍ଟ ମିଟର ରେ ବିଜୁଳି ସଙ୍ଗେ ସଙ୍ଗେ ଗୋଲ ହେଇଯାଉଛି। ଟାଟା ପାୱାର ସେବା ଯୋଗାଇବାରେ ଅବହେଳା କରୁଥିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଟାଟା ପାୱାର ଉପରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାମନ୍ୟା କଥାକୁ କାର୍ଯ୍ୟକାରୀ ନକରି ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ଥିବା ବାବୁ ମାନେ ଗୋଟେ ଉତ୍ତର ଦିଅନ୍ତି। ଆମେ ନିମିତ ମାତ୍ର ଆମର ବୋସ ବ୍ରହ୍ମପୁର ରେ ବସିଛନ୍ତି, ବୋଲି ତାଙ୍କ ନିର୍ଦ୍ଧେଶ ରେ ସବୁକିଛି କାର୍ଯ୍ୟ ହେଉଛି। ସାମନ୍ୟା କଥାକୁ ବ୍ରହ୍ମପୁର ଅଫିସକୁ ଆଳ କରୁଥିବା ବାବୁ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଚେତନ ମହଲ ରୁ ଦାବୀ ହେଉଛି।ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ସାମାନ୍ୟ କାମ ହେଉକି ପାୱାର କଟ ସମ୍ପର୍କ ରେ ପଚାରିଲେ ଉତ୍ତର ଦେବାକୁ ବାବୁ ମାନେ ଅମଙ୍ଗ ହେଉଛନ୍ତି। ପାୱାର କଟ ହେଲେ କେବଳ ଗୋଟେ ଉତ୍ତର ମିଳେ ୩୩ କେଭି ଫେଲ ବୋଲି। ସେବା ନମିଳିବା ଯୋଗୁଁ ଟାଟା ପାୱାର ଉପରେ ଲୋକଙ୍କ ବିଶ୍ୱାସ ଟୁଟିବାକୁ ଲାଗିଲାଣି। ଏଠାକାର ବାବୁ ମାନେ ଟାଟା ପାୱାର ପାଇଁ ଶୋଷଣ କରୁଥିବା ବେଳେ ସେବା ଦେବାରେ ବିଫଳ ବୋଲି ଚର୍ଚ୍ଚା ହେଉଛି। ସାମନ୍ୟା ସମସ୍ୟା ହେଲେ ବିଦ୍ୟୁତ ଉପଭୋକ୍ତା ମାନେ ନାହିଁ ନଥିବାର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଆସିକା ରେ ଟାଟା ପାୱାର ମର୍ଜୀରେ ଅଫିସ ଚାଲିଥିବା ଆଲୋଚନା ହେଉଛି।

Leave A Reply

Your email address will not be published.