ତିରିଶି ବର୍ଷୀୟା ମହିଳା ନିଖୋଜ, ଦଶଦିନ ହେଲାଣି ଠାବ କରିପାରୁ ନାହାଁନ୍ତି ପୋଲିସ କି ପରିବାର ବର୍ଗ…

youtube

ନିଃସର୍ତ୍ତ ନିୟୁଜ କୋଟପାଡ଼ : କୋରାପୁଟ ଜ଼ିଲ୍ଲା ସୀମାନ୍ତବର୍ତ୍ତୀ ଚାନ୍ଦିଲି ଫାଣ୍ଡି ଅନ୍ତର୍ଗତ ମଲଚlମାଲ,ଥାନା-କୋଟପାଡ଼ ଅଞ୍ଚଳରୁ ଜଣେ ତିରିଶି ବର୍ଷୀୟା ବିବାହିତ ମହିଳା ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଛି l ଏହାକୁ ନେଇ ପରିବାର ବର୍ଗ ଥାନାରେ ଏଫ. ଆଇ. ଆର. ଦେଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି ଟେର ପାଇପାରିନାହାନ୍ତି ପରିବାରବର୍ଗ ଏବଂ ପୋଲିସ l
ସୂଚନା ପ୍ରକାରେ, ମଲଚlମାଲ ଗ୍ରାମର ସମଲା ଜାନି (30)ତା ସ୍ୱାମୀ ସହିତ ଅପରାହ୍ନ ସମୟରେ ବିଲୋକୁ ଯାଇଥିଲେ l କିନ୍ତୁ ରାତିଅଧରେ ଲୋକନାଥ ଜାନି (36)ଏକୁଟିଆ ଘରକୁ ଫେରିଥଲା l ଯାହାକୁ ନେଇ ସମଲାଙ୍କ ପିତା ତାଙ୍କ ଜ୍ୱାଇଁ ଲୋକନାଥଙ୍କୁ ପଚାରିବାରୁ ଵିଲୋରୁ ସମଲା କେଉଁଠି ଚାଲିଯାଇଥିବା କହିଛି l ଗୋଟିଏ ଗ୍ରାମରେ ସମସ୍ତେ ରହିଥିବା ବେଳେ ସମଲାଙ୍କ ପରିବାର ଚିନ୍ତିତ ହୋଇ ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି କରିଥିଲେ l ହେଲେ ଝିଅ କୁ କେଉଁଠି ହେଲେ ପାଇପାରିନଥିଲେ l ଏହା ସତ୍ୱେ ଗ୍ରାମବାସୀଙ୍କ ସହିତ ନିକଟରେ ଥିବା ଜଙ୍ଗଲ ରେ ମଧ୍ୟ ଖୋଜିବା ପରେ ଚାନ୍ଦିଲି ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ l ଚାନ୍ଦିଲି ଫାଣ୍ଡି ଇନଚାର୍ଜ ଏସ. ଆଇ. ନରେନ୍ଦ୍ର ଠୋପ କୋଟପାଡ଼ ଥାନାରେ ଏତଲା ଦେବାକୁ କହିଥିଲେ l କୋଟପାଡ଼ ଥାନାରେ ଏତଲା ଦେବା ପରେ କୋଟପାଡ଼ ପୁଲିସ ଲୋକନାଥଙ୍କୁ ଆଣି ପୋଚରା ଉଚୁରା କରି ତଦନ୍ତ କରୁଥିବା କୋଟପାଡ଼ ଥାନା ଅଧିକାରୀ ପରମା ନନ୍ଦ ସୁନାନୀ ବ୍ୟକ୍ତ କରିଛନ୍ତି କିନ୍ତୁ ଆଜିସୁଦ୍ଧା ମହିଳା ଙ୍କ ପତ୍ତା ପାଉନି ପୋଲିସ l ଦଶ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସମଲାଙ୍କ ମାତାପିତା ଖୋଜିଖୋଜି ନୟlନ୍ତ ହୋଇ ପଡି ଶେଷରେ ଏସ. ପି. ଙ୍କୁ ଗୁହାରି କରିବାକୁ ମନ ବୋଳାଇଛନ୍ତି l

Leave A Reply

Your email address will not be published.