ବଜ୍ରପାତରେ ଯୁବକ ମୃତ : ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ନଆସିବାରୁ ମୃତ୍ୟୁ ଅଭିଯୋଗ କଲେ ପରିବାର

youtube

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳାରେ ଶନିବାର ସନ୍ଧ୍ୟାରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ଗଣ୍ଡଳା ଗ୍ରାମର ଶ୍ରୀକାନ୍ତ ଗୌଡ । ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ଗଣ୍ଡଳା ଗ୍ରାମରେ ବର୍ଷା ସହ ବଜ୍ରପାତ ଘଟିଥିଲା। ସେହି ସମୟରେ ଯୁବକ ଜଣଙ୍କ ମେଣ୍ଢାପଲକୁ ନେଇ ଗ୍ରାମ ନିକଟସ୍ଥ ପଡ଼ିଆରେ ଚରାଉଥିଲେ। ବଜ୍ରପାତ ଘଟିବାରୁ ଯୁବକ ଜଣଙ୍କ ସଂଜ୍ଞାହୀନ ହୋଇ ଘଟଣା ସ୍ଥଳରେ ପଡି ଯାଇଥିଲେ।‌ ଖବର ପାଇ ଗ୍ରାମର କିଛି ଲୋକେ ଆହତଙ୍କୁ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରିବା ପାଇଁ ଆହତ ପରିବାର ଲୋକେ ପ୍ରାୟ ୪୫ ମିନିଟ ଧରି ଅପେକ୍ଷା କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ଫଳରେ ବାଧ୍ୟହୋଇ ପରିବାର ଲୋକେ ଏକ ଯାତ୍ରୀବାହୀ ଅଟୋ ଯୋଗେ ଆହତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିଲା। ବ୍ରହ୍ମପୁର ବଡ ଡାକ୍ତରଖାନାକରେ ଡାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ସଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

Leave A Reply

Your email address will not be published.