ମକଦ୍ଦମା ସମାଧାନ ପାଈଁ ମଧ୍ୟସ୍ଥତା ଅଭିଯାନ ଆରମ୍ଭ…

add-all


ମାଲକାନଗିରି :ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ମଧ୍ୟସ୍ଥତା ଓ ମିଳାମିଶା ପ୍ରକଳ୍ପ କମିଟି ଏବଂ ଭାରତ ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଦେଶ ବ୍ୟାପି ” ରାଷ୍ଟ୍ର ପାଇଁ ମଧ୍ୟସ୍ଥତା” ଶୀର୍ଷକ ରେ ଏକ ୯୦ (ନବେ) ଦିନିଆ ଜୁଲାଇ (୧ରୁ ସେପ୍ଟେମ୍ବର ୩୦) ତାରିଖ ମଧ୍ୟସ୍ଥତା ଅଭିଯାନ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ପକ୍ଷ ରୁ ଆରମ୍ଭ ହୋଇ ଅଛି।
ଏହି ଅଭିଯାନ ଅନୁଯାୟୀ ଜିଲ୍ଲା ଓ ଉପଖଣ୍ଡ / ତାଲୁକ୍ ସ୍ତରୀୟ ବିଭିନ୍ନ ବିଚାର ବିଭାଗୀୟ ଅଦାଲତ ରେ ବିଚାରାଧୀନ ଥିବା ପ୍ରାୟ ସମସ୍ତ ପ୍ରକାର ର ବିଚାରାଧୀନ ଥିବା ମାମଲା ଯଥା ବୈବାହିକ,ଗାଡିମୋଟର ଦୁର୍ଘଟଣା ଜନିତ ମାମଲା, ଘରୋଇ ହିଂସା, ଚେକ୍ ବୋଉନ୍ସ, ବାଣିଜ୍ୟିକ ବିବାଦ ମାମଲା, ନିଯୁକ୍ତି ବା ଚାକିରି, ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ଖାଉଟି ସୁରକ୍ଷା, ବ୍ୟାଙ୍କ୍ ଋଣ ଅନାଦେୟ, ଦେୱାନୀ ମାମଲା, ଜମିବାଡ଼ି ଭାଗ ବଣ୍ଟା, ଉଚ୍ଛେଦ/ବେଦଖଳ, ଇତ୍ୟାଦି ଓ ଜମି ଅଧିଗ୍ରହଣ ମାମଲା ଗୁଡ଼ିକ ଚଳିତ ମାସ ଜୁଲାଇ ୩୧ ତାରିଖ ଭିତରେ ଚିହ୍ନଟ କରା ଯାଇ ମଧ୍ୟସ୍ଥତା ମାଧ୍ୟମ ରେ ଏହାର ସମାଧାନ ପାଇଁ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର କୁ ପଠା ଯିବ ଓ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର ମାଲକାନଗିରି ଙ୍କ ତରଫ ରୁ ତାଲିମ ପ୍ରାପ୍ତ ବିଚାର ବିଭାଗୀୟ ଅଧିକାରୀ ଓ ଅଭିଜ୍ଞ ଆଇନ ଯିବି ମନକୁ ନିୟୋଜିତ କରାଯାଇ ମଧ୍ୟସ୍ଥତା ମାଧ୍ୟମ ରେ ମାମଲା ର ଆପୋସ ସହମତି ରେ ସମାଧାନ କରାଯିବ ଯାହା ଦ୍ଵାରା ଜନ ସାଧାରଣ ମାନେ ସେମାନଙ୍କର ସମୟ ଓ ଖର୍ଚ୍ଚ ଅପଚୟ ହେବାରୁ ରକ୍ଷା ପାଇ ପାରିବେ। ସବିଶେଷ ବିବରଣୀ ପାଇଁ ଜିଲ୍ଲା କୋର୍ଟ ମାଲକାନଗିରି ଙ୍କ ପରିସର ରେ ଥିବା ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ନତୁବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କାର୍ଯ୍ୟାଳୟ ତରଫ ରୁ ସୂଚନା ଦିଆ ଯାଇ ଅଛି।


ad-week
Leave A Reply

Your email address will not be published.