ହିଞ୍ଜିଳିକାଟୁ କଲେଜ : ୨ ଅଧ୍ୟାପକଙ୍କ ମଧ୍ୟରେ କଳି, ମୁଖ୍ୟମନ୍ତ୍ରୀ ଅଫିସରୁ ତଦନ୍ତ ନିର୍ଦ୍ଦେଶ

add-all

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବିଜ୍ଞାନ (ସ୍ଵୟଂଶାସିତ) କଲେଜ ସୁନାମରେ ଦିନକୁ ଦିନ ଆଞ୍ଚ ଆସୁଛି। ୨୦୨୩ରେ କଲେଜ ପରିସରରେ ସେକ୍ସ୍ ରାକେଟ ନେଇ ମିଥ୍ୟା ଅଭିଯୋଗ ପରେ ଘଟଣା ନେଇ ରାଜ୍ୟରେ ହୁଲୁସ୍ତୁଲ ହୋଇଥିଲା। ଏବେ ଜାତିଆଣ ଆକ୍ଷେପ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ରୁ ଏହାର ତଦନ୍ତ ଓ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଛି। ଏବେ ଅଭିଯୋଗକାରୀ ଅଛନ୍ତି ସେହି କଲେଜର ଜଣେ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ବିଭାଗୀୟ ମୁଖ୍ୟ ଙ୍କ ନାମରେ ଏହି ଅଭିଯୋଗ ଆଣିଥିବାରୁ କଲେଜରେ କୌଣସି ଘଟଣା ଆଉ ଠିକ୍ ନୁହେଁ ବୋଲି ସାଧାରଣରେ ଧାରଣା ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ କଲେଜର ପଦାର୍ଥ ବିଜ୍ଞାନ ବିଭାଗରେ ବହୁ ଅଧ୍ୟାପକ ନିୟମିତ କ୍ଲାସ ନ କରି ଛାତ୍ରୀ ଛାତ୍ରଙ୍କୁ ଧମକାଉଥିବା ବହୁ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ପ୍ରାକ୍ଟିକାଲ ଓ ଆସେସମେଣ୍ଟରେ କମ ମାର୍କ ଦେବା ଭୟରେ କେହି ପାଟି ଫିଟାଇବାକୁ ସାହାସ କରୁନାହାନ୍ତି ବୋଲି ପୁରାତନ ଛାତ୍ର ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି। ସଂପ୍ରତି ଏଫ୍ ଏମ୍ କଲେଜ ବାଲେଶ୍ଵର ରେ ଛାତ୍ରୀ ଙ୍କୁ ନିର୍ଯାତନା ଓ ଧମକ ଘଟଣାରେ ଛାତ୍ରୀ ଆତ୍ମହତ୍ୟା ପରେ ରାଜ୍ୟରେ ବିଭିନ୍ନ କଲେଜରେ ଘଟୁଥିବା ଅଘଟଣ ସବୁ ପଦାକୁ ଆସିବା ଲାଗିଛି।
ପ୍ରକାଶ ଯେ, ଗତ ମଇ ମାସ ୩ ତାରିଖରେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଜିତୁ ମୁଠାମାଝି ଓ ବିଭାଗୀୟ ମୁଖ୍ୟ କେଶବ ଷଡ଼ଙ୍ଗୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ମତ ପାର୍ଥକ୍ୟ ଓ ପାଟିତୁଣ୍ଡ ହୋଇଥିଲା। ବିଭାଗୀୟ ମୁଖ୍ୟ ଅନ୍ୟ ଜଣେ ଅଧ୍ୟାପକଙ୍କର ଉପସ୍ଥିତିରେ କିଛି ଆପତ୍ତିଜନକ ଜାତିଆଣ ମନ୍ତବ୍ୟ କୁଆଡେ ଦେଇଥିଲେ ‌ । ଯାହାକି ଏହି ଆପତ୍ତିଜନକ କଥାକୁ ଶୁଣିଥିବା ଅଧ୍ୟାପକ ଜଣକ ଜିତୁ ମୁଠା ମାଝୀ ଙ୍କୁ ଆସି କହିଥିଲେ। ଏହାଦ୍ବାରା ନିଜର ସମ୍ମାନହାନି ହୋଇଥିବା ଦର୍ଶାଇ ଜିତୁ ମୁଠା ମାଝୀ ଗତ ମଇ ମାସ ୯ ତାରିଖରେ କଲେଜ ପରିଚାଳନା କମିଟି, ବିଭାଗୀୟ ମୁଖ୍ୟ ସଚିବ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଓ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କଲେଜ ପରିଚାଳନା କମିଟି ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।‌ କିନ୍ତୁ ସେହି ମାସ ୩୧ ତାରିଖରେ କଲେଜ ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗା ଚାକିରୀରୁ ଅବସର ଗ୍ରହଣ କରିଥିଲେ। ପରେ ନୂତନ ଅଧ୍ୟକ୍ଷ ଭାବେ ବସନ୍ତ କୁମାର ଆଚାରୀ ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ନୂତନ ଅଧ୍ୟକ୍ଷ ଅଭିଯୋଗକୁ କୁଆଡେ ଆପୋଷ ସମାଧାନ ପାଇଁ ଉଦ୍ୟମ କରିବାରୁ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ସଂପ୍ରତି ଏଫ୍ ଏମ୍ କଲେଜ ବାଲେଶ୍ଵରରେ ଛାତ୍ରୀ ଆତ୍ମହତ୍ୟା ପରେ ଏହି ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଗୁରୁତ୍ଵ ଦେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଓ ହିଞ୍ଜିଳି ଥାନାକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ବୁଧବାର ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଜେନା ହିଞ୍ଜିଳିକାଟୁ କଲେଜରେ ପହଞ୍ଚି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଭିଯୋଗକାରୀ ଅଧ୍ୟାପକ ଓ ଅନ୍ୟ ମାନଙ୍କୁ ଘଟଣା ନେଇ ପଚରାଉଚରା କରିଥିଲେ। ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷ ବସନ୍ତ କୁମାର ଆଚାରୀ କହିଛନ୍ତି ଯେ, ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି। ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରଦାନ କରାଯିବ। ଅନ୍ୟ ପକ୍ଷରେ କଲେଜ ମ୍ୟାନେଜମେଣ୍ଟ ସରକାର ହାତକୁ ନେବାକୁ ଦାବି ସତ୍ବେ ଖଲ୍ଲିକୋଟ କଲେଜ ମ୍ୟାନେଜମେଣ୍ଟ ଟ୍ରଷ୍ଟ ଦ୍ବାରା କଲେଜ ମନମୁଖୀ ପରିଚାଳନା ଯୋଗୁଁ ହିଞ୍ଜିଳିକାଟୁ କଲେଜରେ ବିଭିନ୍ନ ସମୟରେ ବହୁ ବିଭ୍ରାଟ ସୃଷ୍ଟି ହେଉଛି। କଲେଜ ପରିଚାଳନା ଦାୟିତ୍ବ ସରକାର ନେବା ସହ ଦୋଷୀ ସମସ୍ତ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା, କଲେଜ ପୁରାତନ ଛାତ୍ର ଆସୋସିଏସନ୍ ର ବହୁ ସଦସ୍ୟ ଦାବି କରିଛନ୍ତି।

ad-week
Leave A Reply

Your email address will not be published.