କାଲିମେଳା ବନ ବିଭାଗକୁ ସଫଳତା ୧୧ଟି କଇଁଛ ଜବତ ସହ ଜଣେ ଗିରଫ

add-all

ମାଲକାନଗିରି, ୧୭।୭ : ମାଲକାନଗିରି ବନ ବିଭାଗ ଦ୍ଵାରା ବେଆଇନ ଭାବେ ଚାଲାଣ ପାଇଁ ଗଚ୍ଛିତ ୧୧ଟି କଇଁଛ ଜବତ, ଜଣେ ଗିରଫ। ସୂଚନା ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ର ଆଧାରରେ, ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅଧିକାରୀ, କର୍ମଚାରୀ ଓ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ନେଇ ଏକ ମିଳିତ ଦଳ ଏମପିଭି-୧୧ ଗ୍ରାମ ସ୍ଥିତ ମିଥୁନ ବେପାରୀଙ୍କ ବାସଭବନରେ ଚଢାଉ କରିଥିଲେ। ଏହି ସମୟରେ ଘରର ତଲାସି ବେଳେ ଏକ ବ୍ୟାଗରେ ଥିବା ୧୧ଟି କଇଁଛ ଉଦ୍ଧାର କରିଥିଲେ। ଅଭିଯୁକ୍ତ ମିଥୁନଙ୍କୁ ପଚରା ଉଚରା ବେଳେ ସ୍ୱୀକାର କରିଛି ଯେ, ସେ ପେଶାରେ ଜଣେ ମତ୍ସ୍ୟଜୀବୀ ଏବଂ ପୋଟେରୁ ବଜାରରେ ବେଆଇନ ବିକ୍ରୟ ପାଇଁ କଇଁଛଗୁଡ଼ିକୁ କିଣିଥିଲା। ତେବେ ଏହାକୁ ବିକାରୀ ପୂର୍ବରୁ ବନ ବିଭାଗ ଜବତ କରିଥିଲେ। ଅଭିଯୁକ୍ତଙ୍କ କବଜାରୁ ସମସ୍ତ କଇଁଛ ଓ ବିକ୍ରୟରେ ବ୍ୟବାହର ସାମଗ୍ରୀ ଜବତ ପରେ ବନ ବିଭାଗ ପକ୍ଷରୁ ଆଇନଗତ ପ୍ରକ୍ରିୟା ଆରମ୍ଭ ସହ ଅଧିକ ତଦନ୍ତ ଜାରିଥିବା କୁହାଯାଇଛି। ଅଭିଯୁକ୍ତ ବ୍ୟକ୍ତିଙ୍କୁ ଆଜି ମାଲକାନଗିରିର ଏମଭି ୭୯ ଜେଏମଏଫସି କୋର୍ଟରେ ହାଜର କରାଯାଇଛି।

ad-week
Leave A Reply

Your email address will not be published.