
ହିଞ୍ଜିଳିକାଟୁ : ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହୁତି ଘଟଣାକୁ କେନ୍ଦ୍ର କରି ରାଜ୍ୟରେ ଅପ୍ରିତୀକର ପରିସ୍ଥିତି ଦେଖାଦେଇଛି। ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ସହ ଦୋଷୀଙ୍କୁ ଦଣ୍ଡ ବିଧାନ ଓ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ବାଲେଶ୍ଵର ସାଂସଦଙ୍କ ଇସ୍ତଫା ଦାବିରେ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହାର ପ୍ରଭାବ ହିଞ୍ଜିଳିକାଟୁ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଜୋରଦାର କରାଯାଇଥିଲା । ଗୁରୁବାର ସକାଳୁ ପ୍ରାକ୍ତନ ବ୍ଳକ ସଭାପତି ଶିଵରାମ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ପୈାରାଞ୍ଚଳ ଆରଏମସି ଛକ ଓ ଘୋଡାହାଡ ନଦୀ ଛକ ନିକଟରେ ରାସ୍ତା ଅବରୋଧ ସହ ପ୍ରତିବାଦ କରିଥିଲେ । ଫଳରେ ୫୯ ନ° ଜାତୀୟ ରାଜପଥର ଉଭୟ ପ୍ବାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଥିଲା। ଅନୁରୁପ ଭାବେ ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ନେତୃତ୍ଵରେ ଦଳୀୟ କର୍ମୀ ମାନେ ଏକ ରାଲିରେ ବାହାରି ନଗର ପରିକ୍ରମା କରିବା ସହ ପିକେଟି° କରିବା ସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟର, ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ। କଂଗ୍ରେସର ଓଡିଶା ବନ୍ଦ ଡାକରା ପ୍ରଭାବରେ ସମସ୍ତ ଯାତ୍ରୀ ଓ ମାଲ ପରିବହନ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସହରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ପଥପ୍ରାନ୍ତ ସଭାର ଆୟୋଜନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ବିଷେଦଗାର କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ବାଲେଶ୍ଵର ସାଂସଦଙ୍କ ଇସ୍ତଫା ଦାବି କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ସଭାପତି ସଞ୍ଜୟ ସ୍ବାଇଁ, ଜଗନ୍ନାଥ ଗୌଡ, ରାମନାରାୟଣ ବିଶ୍ବାସରାୟ, ପ୍ରଦୀପ କୁମାର ମହାରଣା,ଆକାଶ ସେଠୀ, ବିରେନ୍ଦ୍ର ରାଉତ,ରାମ ପାଣିଗ୍ରାହୀ,ରାଜା ସ୍ଵାଇଁ,ରାଜା ବେହେରା, ବେଣୁଧର ବିଷୋୟୀ, ଭୂବନେଶ୍ବର ନାୟକ, ରବିନ୍ଦ୍ର ବୈଠାରୁ, ମନମୋହନ ପାଢି, ପ୍ରତାପ ପାଠି, ମିଥୁନ ନାୟକ, ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ।