ଅଚାନକ ବଜ୍ରାଘାତ ନେଲା ଏଗାରଟି ଗୃହ ପାଳିତ ପ୍ରାଣୀର ଜୀବନ : ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କୁଟିକିଆ ପଞ୍ଚାୟତ ସାଉଟିକିଆ ଗ୍ରାମର କୁମ୍ଭାର ସାହି ତେନ୍ତୁଳି ଗଛ ମୂଳେ ଏଗାରଟି ଗୃହ ପାଳିତ ପ୍ରାଣୀ ଆଶ୍ରୟ ନେଉଥିବା ସମୟରେ ଶୁକ୍ରବାର ଅପରାହ୍ନରେ ଅଚାନକ ବଜ୍ରାଘାତ ହେବାରୁ ଏଗାରଟି ଗୃହ ପାଳିତ ପ୍ରାଣୀ ର ଜୀବନ ଯାଇଥିବା ବେଳେ ଛେଳି ଚରାଳି ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ଛେଳି ଚରାଳି ସତ୍ୟବାନ ମଲିକ ୧୦ ଟି ଛେଳି ଓ଼ ଗୋଟିଏ ପୋଢ଼କୁ ନେଇ ତେନ୍ତୁଳି ଗଛ ପଡ଼ିଆରେ ଚରାଉଥିଲେ। ଅପରାହ୍ନରେ ହଠାତ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ମାରିବା ଯୋଗୁଁ ତେନ୍ତୁଳି ଗଛ ନିକଟରେ ବିଶ୍ରାମ ନେଉଥ‌ିବା ବେଳେ ବିଜୁଳି ମାରିବା ଫଳରେ ଘଟଣା ସ୍ଥଳରେ ହିଁ ୧୦ ଟି ଛେଳି ଗୋଟିଏ ପୋଢ଼ର ମୃତ୍ୟୁ ହୋଇଥିଲା। ଛେଳି ଚରାଳି ସତ୍ୟବାନ ମଲିକ କିଛି ଦୁରରେ ରହିଥ‌ିବା ଯୋଗୁଁ ସାମାନ୍ୟ ଆଘାତ ହୋଇଥିଲେ ମଧ୍ୟ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ କ୍ଷତି ପୂରଣ ପ୍ରଦାନ କରିବା ନିମନ୍ତେ ଗ୍ରାମବାସି ମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.