ଅବକାରୀ ବିଭାଗକୁ ସଫଳତା : ସାଦରାମ ଓ କୋଡିଗନ୍ଦୀ ଜଙ୍ଗଲ ରୁ ୮୪୪ କେଜି ଗଞ୍ଜେଇ ଜବତ

add-all

ମାଲକାନଗିରି : ଶନିବାର ଦିନ ଏକ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଅବକାରୀ ବିଭାଗ ତରଫରୁ ଯୋଡ଼ାଆମ୍ବ ଥାନା ଅନ୍ତର୍ଗତ ସାଦରାମ ଓ କୋଡିଗନ୍ଦୀ ଜଙ୍ଗଲ ରୁ ୮୪୪ କେଜି ଗଞ୍ଜେଇ ଜବତ କରାଯାଇଛି ଯାହାର ଆନୁମାନିକ ଚଉରାସୀ ଲକ୍ଷ ଚାଳିଶ ହଜାର ଟଙ୍କା l ପ୍ରକାଶ ଥାଉ କି ଉକ୍ତ ଗଞ୍ଜେଇ କୁ ବାହାର ରାଜ୍ୟ କୁ ଚାଲାଣ ପାଇଁ ଜଙ୍ଗଲ ଭିତରେ ଲୁଚାଯାଇଥିଲା। ଏ ସଂକ୍ରାନ୍ତ ରେ ଏକ ଦାବିହୀନ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।ଏହି ଚଢ଼ାଉ ସମୟରେ ଟଙ୍କଧର ଭୋଇ ଅବକାରୀ ଉପ ଅଧିକ୍ଷକ, ସନ୍ତୋଷ କୁମାର ବଳ, ଅବକାରୀ ନିରୀକ୍ଷକ, ଅବକାରୀ ଉପ ନିରୀକ୍ଷକ ଅଶେଷ କୁମାର ନାୟକ,ରମେଶ ଚନ୍ଦ୍ର ସାହୁକାର,ASI ଜେମେସ ମାଲଖମ୍ ସାହୁ,ରାମଚନ୍ଦ୍ର ହନ୍ତାଲ,କନେଷ୍ଟବଳ ବିପୁଲ ଶେଖର ଯୋଦ୍ଧର, ଜ୍ଞାନ ରଞ୍ଜନ ସାହୁ,ଚନ୍ଦ୍ର କାନ୍ତ ନାୟକ, ସରିତା ନାୟକ, ଜୁଲି ସା ପ୍ରଭୁତି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.