
ମାଲକାନଗିରି : ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଆଇନିସେବା ପ୍ରାଧିକରଣ ର ସଚିବ ତଥା ନିରନ୍ତର ଲୋକ ଅଦାଲତର ମାନ୍ୟବର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା, ପୋଲିସ ଉପ ନିରୀକ୍ଷକ ଦୀପିକା ମଲ୍ଲିକ ଭାଗ ନେଇ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ କିଶୋର ନ୍ୟାୟ ଆଇନ ଓ ଶିକ୍ଷା ଅଧିକାର ଆଇନରେ ଥିବା ସେମାନଙ୍କ ଅଧିକାର ଓ ବିଭିନ୍ନ ପ୍ରାବଧାନ ସମ୍ପର୍କରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ/ ଅଧ୍ୟାପିକା, ୧୫୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଯୋଗ ଦେଇଥିଲେ।