
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ଜଣେ ଦକ୍ଷ ଆଇ.ଏ.ଏସ କୀର୍ତ୍ତିଭାସନ୍ ଭି ଙ୍କ ଭଳି ଜଣେ ଜିଲ୍ଲା ପାଳଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ସୂଚନା ଥାଉକି ଶ୍ରୀଯୁକ୍ତ କୀର୍ତ୍ତିଭାସନ୍ ଭି ୨0୧୮ ବ୍ୟାଚ ର ଆଇ. ଏ. ଏସ କୋରାପୁଟ ଜିଲ୍ଲାର ଜିଲ୍ଲା ଜିଲ୍ଲାପାଳ ଥିବା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାରେ ପି. ଡି ଭାବେ ଦାୟିତ୍ୱ ତୁଲାଇ ଥିଲେ, ତେଣୁ ଗଞ୍ଜାମ ଜିଲ୍ଲା ପ୍ରତି ତାଙ୍କ ଅନୁଭୂତି ପ୍ରବଳ ରହିବା ସ୍ୱାଭାବିକ l କୋରାପୁଟ ଜିଲ୍ଲାପାଳ ଭାବେ କୀର୍ତ୍ତିଭାସନ୍ ରହିବା ସମୟରେ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଥିଲେ। ଦୁର୍ନୀତି କୁ ପ୍ରଶ୍ରୟ ଦେଉନଥିବା ଯୋଗୁଁ କୋରାପୁଟ ବାସୀ ତାଙ୍କ ବଦଳୀ ହେବା ପରେ ଝୁରୁଥିବା ଦେଖିବାକୁ ମିଳିଛି।କରାପୁଟ ଜିଲ୍ଲା ପାଇଁ ସେ ଅନେକ ଜନହିତକାରୀ କାର୍ଯ୍ୟ କରିଛନ୍ତି ଯାହାକି କୋରାପୁଟ ବାସୀ ତାଙ୍କୁ ସ୍ମରଣ ରଖିବେ l ଏପଟେ ଦୀର୍ଘ ୧୫ ବର୍ଷ ପରେ ଗଞ୍ଜାମ ଜିଲ୍ଲା କୁ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଆସୁଥିବା ଯୋଗୁଁ ଅଧିକାଂଶ କରି ମଦ ଓ ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟର ବାତା ବାରଣ ଖେଳି ଯାଇଛି। ଗଞ୍ଜାମ ଜିଲ୍ଲା ଅନେକ ଦିନ ପରେ ଗୋଟିଏ ହୀରା ପ୍ରଶାସନିକ ଅଧିକାରୀ ପାଇଛି, ତଳ ଦିନେ ଜିଲ୍ଲା ବାସୀ ବହୁତ କିଛି ହରାଇଛନ୍ତି ହୀରା ପାଇବା ବଦଳରେ କୋଇଲା ପାଇଥିବା ନେଇ କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି l ନିରୀହ ଜିଲ୍ଲା ବାସୀ ପାଇଁ ନାହାନ୍ତି ନ୍ୟାୟ, କେବଳ ତେଲିଆ ମୁଣ୍ଡରେ ତେଲ ର ନ୍ୟାୟ ଯାହା ଫଳରେ ବାଲି, ମଦ ଓ ଜମି ମାଫିଆ ଙ୍କ ରାଜ ଚାଲି ଥିଲା ବିଗତ ୧୫ ବର୍ଷ ହେଲା l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ପାଦ ପାଦରେ ଦୁର୍ନୀତି ଦୀର୍ଘ ବର୍ଷ ହେଲା ଦେଖିବାକୁ ମିଳିଛି। ତେଣୁ ନୂତନ ଜିଲ୍ଲାପାଳ ଙ୍କ ନିକଟରେ ଗଞ୍ଜାମ ଜିଲ୍ଲା ବାସୀ ବହୁତ କିଛି ଆଶା ରଖିଛନ୍ତି l ସେ ଜଣେ ଦକ୍ଷତା ସମ୍ପୂର୍ଣ ପ୍ରଶାସକ ଭାବରେ ବେଶ ଜଣା ଶୁଣା l ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ରୂପେ ଦାୟିତ୍ୱ ନେବା ପରେ ତାଙ୍କ ଦାୟିତ୍ୱ ବଢିଯାଇଛି l ଜିଲ୍ଲାରେ ଚାଲିଥିବା ମାଫିଆ ରାଜ ଦମନ କ୍ଷେତ୍ରରେ ଜିଲ୍ଲାପାଳ ଙ୍କ ଭୂମିକା ଗୁରୁତ୍ୱ ରହିବ ବୋଲି ଜିଲ୍ଲାର ସାଧାରଣ ଓ ବୁଦ୍ଧିଜୀବୀ ଆଶା ରଖିଛନ୍ତି l ଜିଲ୍ଲାପାଳ ଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ କିଛି ପୁରୁଣା ପାଠ ର ଆଲୋଚନା ପରି ମଦ ଓ ବାଲି ମାଫିଆ ମାନଙ୍କ ସୌଜନ୍ୟ ମୂଳକ ସାକ୍ଷାତ ପାଇଁ ସୁଅ ଛୁଟିବ ବୋଲି ଚାହା ଖଟିରେ ଆଲୋଚନା ହେଲାଣି l ଗଞ୍ଜାମ ଜିଲ୍ଲା ରେ ବର୍ତ୍ତମାନ ଜମି, ଖଣି, ମଦ ଏବଂ ବାଲି ମାଫିଆ ସକ୍ରିୟ ତେଣୁ ନୂତନ ଜିଲ୍ଲାପାଳ ଙ୍କ ବେକରେ ଘଣ୍ଟି ବାନ୍ଧିବାକୁ ଯୋଜନା ଆରମ୍ଭ ହେଲାଣି, ଯାହାକି ଏହାର ନେତୃତ୍ୱ ନେଇଛନ୍ତି ଜିଲ୍ଲାପାଳ ଅଫିସର ଜଣେ ପୁରୁଣା କିରାଣୀ ବୋଲି ମଧ୍ୟ ଆଲୋଚନା ହେଉଛି l ଦେଖାଯାଉ ଏମାନଙ୍କ ଗୋଟି ଚାଳଣା ରେ କେତେଦୂର ସକ୍ଷମ ହେବେ ତାହା ସମୟ କହିବ l