ଭାଲୁ ଆକ୍ରମଣରେ ଗୁରୁତର ଯୁବକ ଙ୍କୁ ଅଧିକ ଚିକିତ୍ସା ପାଇଁକୋରାପୁଟ ମେଡ଼ିକାଲ ସ୍ଥାନାନ୍ତର…

add-all

ମାଲକାନଗିରି :ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ବୁରୁଡ଼ିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁରୁଡିଗୁଡା ଗ୍ରାମର ଚୈତନ୍ୟ ନାୟକ ନାମକ ଏକ ଯୁବକ ମଧ୍ୟ ରାତିରେ ଶୌଚ ହେବାକୁ ବାହାରକୁ ଯାଇଥିଲେ । ଶୌଚ ସାରି ଉଠିଲା ବେଳକୁ ହଠାତ୍ ଗୋଟିଏ ଭାଲୁ ଚୈତନ୍ୟଙ୍କ ଉପରକୁ ଆକ୍ରମଣ କରିଥିଲା । ଉଭୟଙ୍କ ମଧ୍ୟରେ ବହୁ ସଂଘର୍ଷ ହୋଇଥିଲା।ଯୁବକ ଜଣକ ଚିତ୍କାର କରିଥିଲେ ଯାହା ଫଳରେ ଭାଲୁଟି ଚିତ୍କାର ଶୁଣି ପାଖ ଜଙ୍ଗଲକୁ ଦୌଡ଼ି ପଳାଇଥିଲା। ପରିବାର ଲୋକ ଉଦ୍ଧାର କରି ତୁରନ୍ତ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ଡାକ୍ତର ଦେଖିସାରିବା ପରେ ଦୁଇଟି ଆଖିରେ ଅଧିକ କ୍ଷତ ହୋଇଥିବା ଜଣାପଡ଼ିଛି । ତାଙ୍କ ସ୍ବାସ୍ଥ୍ୟ ଅଧିକ ସଙ୍କଟାପନ୍ନ ହେବାରୁ ଉନ୍ନତ ମାନର ଚିକିତ୍ସା ପାଇଁ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.