ନାବାଳକ ଛାତ୍ରକୁ ନିସ୍ତୁକ ମାଡ଼: ଭିଡିଓ ଭାଇରାଲ ପରେ ପ୍ରଶାସନର ହସ୍ତକ୍ଷେପ

add-all

ଭୁବନେଶ୍ବର: ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟସଭା ସାଂସଦ ସୁଲତା ଦେଓ ପୁଣି ଥରେ ରାଜ୍ୟ ସରକାରଙ୍କୁ ପରୋକ୍ଷ ଭାବେ ଟାର୍ଗେଟ୍‌ କରିଛନ୍ତି। ଯାଜପୁରଜିଲ୍ଲା କାଳିଆପାଣି ଅଞ୍ଚଳରେ ଜଣେ ନାବାଳକଙ୍କୁ ଚପଲରେ ମାଡ଼ ମରାଯିବା ଘଟଣା ନେଇ ସୁଲତା ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି।
ସୁଲତା ଦେଓ ଏହି ପୋଷ୍ଟରେ ଲେଖିଛନ୍ତି, ସରକାରଙ୍କୁ ଅନୁରୋଧ ଯେ, ଏ ରାକ୍ଷସ କକା କବଳରୁ ଉଦ୍ଧାର କରି ପିଲାଟିକୁ ଡବ୍ଲୁସିଡି ଦ୍ୱାରା ପରିଚାଳିତ ଚିଲଡ୍ରେନ୍‌ ହୋମ୍‌କୁ ଅଣାଯାଉ। ଯେତେବେଳେ ରାଜନୈତିକ ଇଚ୍ଛାଶକ୍ତିର ସାମଗ୍ରୀକ ସ୍ଖଳନ ହୁଏ, ସେତେବେଳେ ନାଗରିକ ମଧ୍ୟ ଧୀରେଧୀରେ ଅମାନିଆ ଓ ଉତ୍ତେଜିତ ହୋଇ ଯାଆନ୍ତି। ସରକାର ଲୋକଙ୍କ କଥା ଚିନ୍ତା କରିବା ଦରକାର। ଆମର ଏଠି କାଚ ବୋତଲ ନା ପ୍ଲାଷ୍ଟିକ ବୋତଲ ଚର୍ଚ୍ଚା ଚାଲିଛି। ସାଧାରଣ ଲୋକଟିଏ ଭାବୁଥିବ, ମୁଁ ତ ପଇସା ଦେଉଛି, ସରକାରର ଏଥିରେ କାମ କଣ??? ସରକାର ଯେତେବେଳେ ଲୋକଙ୍କୁ ଆର୍ଥିକ ଆଶ୍ୱସ୍ତି ଦିଏ, ସେତେବେଳେ ଲୋକ ଶାନ୍ତ ହୁଏ। ସେଥିପାଇଁ ନବୀନ ସରକାର ପ୍ରତି ମାସରେ କିଛି ନା କିଛି ଯୋଜନା ମାଧ୍ୟମରେ ଲୋକଙ୍କୁ ହାଲୁକା କରୁଥିଲେ। ଲୋକଙ୍କ ଜୀବନ ଧାରଣମାନ ଉନ୍ନତ ହେଉଥିଲା। ଯାହା ଫଳରେ ଲୋକଙ୍କ ରାକ୍ଷସ ପ୍ରକୃତି ଉଦୟ ହେଉ ନଥିଲା।
ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳକକୁ ସ୍କୁଲରୁ ଉଦ୍ଧାର କରାଯାଇଛି। ଗତକାଲି କକାଙ୍କ ହାତରୁ ନିସ୍ତୁକ ମାଡ଼ ଖାଇଥିବା ନାବାଳକ ଛାତ୍ର ଆଜି ଭୋକ ବିକଳରେ ସ୍କୁଲ ଆସିଥିଲା।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା କାଳିଆପାଣି ଥାନାରୁ ମାତ୍ର ୨ଶହ ମିଟର ଦୂର କାଳିଆପାଣି ପଞ୍ଚାୟତ ଅଫିସ ପାଖ ସଡ଼କରୁ ଏକ ଅଭାବନୀୟ ଦୃଶ୍ୟ ଆସିଛି। ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ନାବାଳକକୁ ଚପଲରେ ନିସ୍ତୁକମାଡ଼ ମରାଯାଉଛି। ଏହି ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଲା ପରେ ଜିଲ୍ଲା ପ୍ରଶାସନର ତନାଘନା ଜାରି ରହିଛି। ଡିସିପିଓ ନିରଞ୍ଜନ କର ଥାନାକୁ ଆସି ଏନେଇ ଏତଲା ଦେଇଛନ୍ତି। ଅଭିଯୁକ୍ତ କକା ଗୋପୀ ମହାରଣା ଥାନାରେ ଅଟକ ଅଛନ୍ତି।

ad-week
Leave A Reply

Your email address will not be published.