
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବର୍ଷା ପାଣିରେ ଲୋକେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି l ଏହାରି ଭିତରେ ଜିଲ୍ଲା ର ଚିତ୍ରକୋଣ୍ଡା ଯୋଡମ୍ବ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆସିଛି ଏକ ଅଭାବନୀୟ ଚିତ୍ର l ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ହଠାତ୍ ଧସେଇ ପଶିଲା ବର୍ଷା ଜଳ l ସ୍ୱାସ୍ଥ୍ୟକେନ୍ଦ୍ର ରେ ଦଶ ରୁ ଉର୍ଦ୍ଧ ରୋଗୀ ଥିବା ବେଳେ ହଟାତ ବର୍ଷା ଜଳ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶିଗଲା l ଯେଉଁଥିପାଇଁ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ସ୍ୱାସ୍ଥ୍ୟକେନ୍ଦ୍ରରେ ହଟାତ ଚାରି ଫୁଟ ପାଣି ଯୋଗୁଁ ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ସହଯୋଗ ର ହାତ ବଢ଼ାଇଥିଲେ ଯୋଡାମ୍ଭ ଗ୍ରାମବାସୀ l ବର୍ତମାନ ସମସ୍ତ ରୋଗୀଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି l ଏହା ସହିତ ସ୍ୱାଭିମାନ ଅଂଚଳର ତିନି ଗୋଟି ପଞ୍ଚାୟତ ର ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି l ବର୍ତମାନ ମଧ୍ୟ୍ୟ ବର୍ଷା ଜାରି ରହିଛି l ତେବେ ଜିଲ୍ଲା ପ୍ରଶାସନ ଏହାକୁ ନେଇ କେତେ ସଜାଗ ରହିଛି ତାହା ଦେଖିବାକୁ ବାକି ରହିଲା l