ଚିକିଟୀ ଅବକାରୀ ବିଭାଗକୁ ବଡ଼ ସଫଳତା

youtube

ଚିକିଟୀ : ବ୍ରହ୍ମପୁର ଅବକାରୀ ଆରକ୍ଷୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନ ଓ ଅଧିକ୍ଷକ କୁମୁଦ ରଞ୍ଜନ କହଁର ଙ୍କ ମିଳିତ ଉଦ୍ୟମରେ ସୋମବାର ମଧ୍ୟରାତ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ଜରଡା ଥାନା ଇଲାକାରେ ଥିବା ଆମ୍ବପୂର୍ ଠାରେ ଗୋଟିଏ ଟାଟା ଇଣ୍ଡିକା ସହ ବିପୁଳ ପରିମାଣରେ ନକଲି ଦେଶୀ ମଦ ଜବତ କରିଥିବା ସୂଚନା ପ୍ରକାଶ ପାଇଛି l ସୂଚନା ପ୍ରକାରେ ସେହି ଦିନ ମଧ୍ୟ ରାତ୍ରିରେ ଚିକିଟୀ ଅବକାରୀ ଥାନା ଅଧିକାରୀ ସଞ୍ଜୟ କୁମାର ଭୁକ୍ତା କୌଣସି ପ୍ରକାରେ ସୂଚନା ପାଇ ଏକ ଟାଟା ଇଣ୍ଡିକା ପ୍ରବଳ ବେଗରେ ଅତିକ୍ରମ କରୁଥିବା ଦେଖି ଚଢ଼ାଉ କରିଥିଲେ।ଏହି ଚଢ଼ାଉ ବେଳେ ଉକ୍ତ ଗାଡ଼ିରେ ୬୨୫ ଲିଟର ନକଲି ଦେଶୀ ରନ୍ଧା ମଦ ବୋଝେଇ ହୋଇଥିଲା।ଉକ୍ତ ଗାଡିକୁ ଅଟକାଇବା ବେଳେ ଗାଡି ଚାଳକ ଫେରାର ହୋଇଯାଇଥିଲା।ଆଜି ମଦ ସହ ଗାଡିକୁ କୋର୍ଟ ଚାଲାଣ କରିଥିବା ପ୍ରକାଶ ପାଇଛି।ଏହି ଚଢ଼ାଉ ବେଳେ ଏ ଏସ ଆଇ ଲକ୍ଷ୍ମୀ ରେଡ୍ଡୀ ଙ୍କ ସହ ସମସ୍ତ ଅବକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଅବକାରୀ ବିଭାଗ ଦ୍ବାରା ଘନ ଘନ ଚଢ଼ାଉ ହୋଇ ଆସୁଥିବା ବେଳେ ଆହୁରି ହଜାର ହଜାର ଲିଟର ମଦ କୌଣସି ନା କୌଣସି ଜାଗାରେ ରହିଥିବା ସନ୍ଦେହ ସୃଷ୍ଟି ହେଉଥିବା ପ୍ରକାଶ ପାଉଛି l

Leave A Reply

Your email address will not be published.