ଚିକିଟୀ ତହସିଲରେ ବସୁନ୍ଧରା ପଟ୍ଟା ବଣ୍ଟନ

youtube

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ତହସିଲ ରେ ଆଜି ସ୍ଥାନୀୟ ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ କର କମଳ ରେ ଅନେକ ବେ ଘର ଲୋକଙ୍କୁ ବସୁନ୍ଧରା ପଟ୍ଟା ବଣ୍ଟନ କରଯାଇଛି।ଏହି ଅବସରରେ ଚିକିଟୀ ତହସିଲଦାର ବିଶ୍ଵରଞ୍ଜନ କହଁର ଯୋଗଦାନ କରି ଏହି ଅଞ୍ଚଳରେ ଅବସ୍ଥାନ କରୁଥିବା ସମସ୍ତ ଜନସାଧାରଣ ଙ୍କ ସେବାରେ ଆମ୍ଭେ ସବୁବେଳେ ତପ୍ତରତା ବୋଲି ମତ ପ୍ରକାଶ କରିବା ସହ ଆଗାମୀ ଦିନରେ ଆମ୍ଭେ ନିଜର ପ୍ରଚେଷ୍ଟା ବଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଙ୍କୁ ଜାଗା ଖଣ୍ଡେ ଖଣ୍ଡେ ନିୟମ ଅନୁଯାଇ ପ୍ରଦାନ କରିପାରିବୁ ବୋଲି ପ୍ରକାଶ କରିଥିଲେ l ଏହି ପରିପ୍ରେକ୍ଷୀରେ ଆଜି ମୋଟ ୧୯ ଜଣକୁ ବସୁନ୍ଧରା ଯୋଜନା ଆନୁକୂଲ୍ୟରେ ପଟ୍ଟା ପ୍ରଦାନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।ସେହିପରି ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକ ଯୋଗଦାନ କରି ଅନେକ ବ୍ୟକ୍ତିଙ୍କ ନିଜର ଜାଗା ନଥିବା ହେତୁ ଆମ୍ଭେ ଯୋଜନା ମୁତାବକ ଆବାସ ର ଲକ୍ଷ ପୂରଣ କରିବାରେ ଅସୁବିଧା ର ସମ୍ମୁଖୀନ ହେଉଅଛୁ ତେଣୁକରି ଏଭଳି ବସୁନ୍ଧରା ଯୋଜନା ଦ୍ବାରା ଲୋକେ ପଟ୍ଟା ପାଇଲେ ସେମାନଙ୍କୁ ଆମ୍ଭେ ଆବାସ ଯୋଜନା ରେ ସାମିଲ କରିପାରିବୁ ବୋଲି ମଧ୍ୟ ପ୍ରକାଶ କରିଥିଲେ l ଏହି ଅବସରରେ ରାଜସ୍ବ ନିରୀକ୍ଷକ ତଦାରଖ ଅଧିକାରୀ ବିଶ୍ଵନାଥ ବେହେରା ଯୋଗ ଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଚିକିଟୀ ରାଜସ୍ବ ନିରୀକ୍ଷକ ଅଧିକାରୀ ବଳରାମ ପ୍ରଧାନ, ପିତ୍ତାତଳି ରାଜସ୍ବ ନିରୀକ୍ଷକ ଅଧିକାରୀ ଅଶ୍ୱିନୀ ରାଉଳ ଙ୍କ ସହ ସମସ୍ତ ରାଜସ୍ବ ଓ ଅଫିସ କର୍ମଚାରୀ ଙ୍କ ଉପସ୍ଥିତି ଓ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।

Leave A Reply

Your email address will not be published.