ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

youtube

ବଣାଇ : ଆସନ୍ତା ଅଗଷ୍ଟ ପନ୍ଦର ତାରିଖ ଦିନ ପ୍ରତିବର୍ଷ ଭଳି ସ୍ଵାଧୀନତା ଦିବସ ମହା ସମାରୋହରେ ପାଳନ କରିବା ନିମନ୍ତେ ବଣାଇ ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ ଅଧ୍ୟକ୍ଷତା କରିଥିବାବେଳେ ଉପସ୍ଥିତ ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କୁ ସ୍ଵାଗତ ଜଣାଇବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।ସର୍ବ ସମ୍ବତି କ୍ରମେ ପ୍ରତିବର୍ଷ ଭଳି ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ,ବକ୍ତୃତା ଇଂରାଜୀ ପ୍ରବନ୍ଧ, ବକ୍ତୃତା ,ସାଧାରଣ ଜ୍ଞାନ, ଦେଶାତ୍ମବୋଧକ ସଙ୍ଗୀତ,ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତା ମାନ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ଠାରେ ଆସନ୍ତା ଅଗଷ୍ଟ ୬ ଓ ୭ ତାରିଖକୁ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ସ୍ଥିର ହୋଇ ଥିବା ବେଳେ ସେଥିରେ କୃତ୍ତିତ୍ତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଆସନ୍ତା ସ୍ଵାଧୀନତା ଦିବସରେ ପୁରସ୍କାର ପ୍ରଦାନ କରାଯିବା ନିମନ୍ତେ ସ୍ଥିରୀକୃତ ହୋଇଥିଲା।ଉକ୍ତ ବୈଠକରେ ଡେପୁଟି କଲେକ୍ଟର ସ୍ୱାଗତିକା ଦଳପତି,ବଣାଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣି ସାହୁ, ଏନ ସି ସି ଅଧିକାରୀ ମୃତ୍ୟୁଞ୍ଜୟ ବ୍ରହ୍ମ,ସହକାରୀ ଜିଲ୍ଲାପାଳ କୁଳମଣି ଧଳ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନିଲ କୁମାର ମୁଣ୍ଡୁ,ଅତିରିକ୍ତ ତହସିଲଦାର ଜ୍ଞାନ ରଞ୍ଜନ ବେହେରାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରୀ,ସାମ୍ବାଦିକ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.