
ବଣାଇଁ : ବଣାଇଁ ସାଙ୍ଗଠନିକ ଜିଲ୍ଲା ବଜରଙ୍ଗ ଦଳ ତରଫରୁ ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ବୃକ୍ଷରୋପଣ କରାଯାଇଛି । ବଣାଇଁ ଜିଲ୍ଲା ସଂଯୋଜକ ରୋହିତ କୁମାର ମାହାନ୍ତଙ୍କ କହିବାନୁଯାୟୀ, ବଜରଙ୍ଗ ଦଳର ମୂଳମନ୍ତ୍ର ସେବା, ସୁରକ୍ଷା ଓ ସଂସ୍କାର ଅଟେ । ତେଣୁ ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟ ଏହି ଆଧାରିତ ହୋଇଥାଏ । ତେଣୁ ବର୍ତ୍ତମାନ ବଜରଙ୍ଗ ଦଳ ତତ୍ବାବଧାନରେ ସର୍ବଭାରତୀୟ ସ୍ତରରେ “ସେବା ସପ୍ତାହ” ଚାଲୁଅଛି ତେଣୁ ଦେଶରେ ଅନେକ ସ୍ଥାନରେ ବୃକ୍ଷରୋପଣ, ଚିକିତ୍ସା ଶିବିର, ରକ୍ତଦାନ ଶିବିର, ସଚେତନତା କାର୍ଯ୍ୟକ୍ରମ ଆଦି କରାଯାଉଛି ।
ଏହି ଅବସରରେ ବଣାଇଁ ସାଙ୍ଗଠନିକ ଜିଲ୍ଲା ବଜରଙ୍ଗ ଦଳ ତରଫରୁ ମଧ୍ୟ ଗୁରୁବାର ଦିନ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜରିଆରେ ଲହୁଣୀପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଗଛ ଲଗାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ସେବା ସପ୍ତାହ ଚାଲୁ ରହିବ ଏବଂ ଏଥିରେ ବଣାଇଁ ଉପଖଣ୍ଡରେ ପ୍ରାୟ ଦୁଇ ଶହ ବୃକ୍ଷରୋପଣ କରାଯିବ ବୋଲି ସଂଗଠନ ତରଫରୁ କୁହାଯାଇଛି । ଗୁରୁବାର ଦିନ ଶୁଭାରମ୍ଭ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ଗୁଡ୍ଡୁ ଚୋୖଧୁରୀ, ତୁଫାନ ପଣ୍ଡା, ନିତେଶ ଜୟଶ୍ବାଲ, ଭିକି ମାହାତ, ଅମିତ ରାୟ, ବିକାଶ ରାୟ, ଆକାଶ ସାହୁ, ରୁଦ୍ର ରାଜ ଏବଂ ବିଶ୍ବ ହିନ୍ଦୁ ପରିଷଦର ହେମନ୍ତ ଓରାମ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବଣାଇଁରେ ବଜରଙ୍ଗ ଦଳ ଦ୍ବାରା ସେବାକାର୍ଯ୍ୟକୁ ବ୍ୟାପକ କରାଯିବ ବୋଲି ଜିଲ୍ଲା ସଂଯୋଜକ ରୋହିତ କୁମାର ମାହାନ୍ତ ମତବ୍ୟକ୍ତ କରିଥିଲେ ।