
ମାଲକାନଗିରି : ଜୁଲାଇ ୨୮ତାରିଖ ଠାରୁ ମାଓବାଦୀଙ୍କ ସହିତ ସପ୍ତାହ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଲାଲ୍ ବାହିନୀକୁ ଲାଗିଛି ବଡ ଝଟକା । ଆଜି ସୁକୁମା ଜିଲ୍ଲାରେ ୫ ଜଣ ଓ ନାରାୟଣପୁର ଜିଲ୍ଲାରେ ୮ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦନ୍ତେୱାଡା ଜିଲ୍ଲାରେ ପୁଣି ୧୫ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ୧୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଗତ ୨୦ ବର୍ଷ ଧରି ଏମାନେ ମାଓ ସଂଗଠନ ରେ କାର୍ଯ୍ୟ କରିବା ସହ ବିଭିନ୍ନ ହିଂସା କାଣ୍ଡ ରେ ସାମିଲ୍ ଥିଲେ । ହେଲେ ସୁରକ୍ଷା କର୍ମୀ ଙ୍କ ଜୋରଦାର ଅପରେସନ ଯୋଗୁଁ ମାଓ ଗଡ ଭୁଷୁଡିବାରେ ଲାଗିଥିବା ବେଳେ ଭୟଭିତ ହୋଇ ଏମାନେ ଦନ୍ତେୱାଡା ଏସପି ଓ CRPF କମାଣ୍ଡେଣ୍ଟ ପାଖରେ ଆତ୍ମସମର୍ପଣ କରିଛନ୍ତି । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ଦନ୍ତେୱାଡା ASP ଉଦିତ ପୁଷ୍କର କହିଛନ୍ତି । ସେହିପରି ବିଜାପୁର ଜିଲ୍ଲାରେ ୨୫ ଜଣ ମାଓବାଦୀ ବସ୍ତର ଆଇଜି ସୁନ୍ଦରରାଜ ପି ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ SZCM ମାଓବାଦୀଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିବାବେଳେ ମୋଟ ୨୫ ମାଓବାଦୀଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ୧ କୋଟି ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।