ଜମି ଅଧିଗ୍ରହଣର କ୍ଷତିପୂରଣ ଲାଗି ଜିଲ୍ଲାପାଳଙ୍କୁ ଦାବିପତ୍ର

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ରେଳପଥ ନିମନ୍ତେ ଜମି ଅଧିଗ୍ରହଣର କ୍ଷତି ପୂରଣ ନିମନ୍ତେ ଉଚିତ ମୂଲ୍ୟ ପ୍ରଦାନ କରିବା ସମ୍ବନ୍ଧରେ ଆଜି ସିନ୍ଦ୍ରିମାଳ ପଞ୍ଚାୟତର ଆଠ ଗୋଟି ଗ୍ରାମର ହିତାଧିକାରୀ ମାନେ ଜିଲ୍ଲାପାଳଙ୍କୁ ନିଜ ଦାବିପତ୍ର ଦେଇଛନ୍ତି । ମାଲକାନଗିରି ତହସିଲ ତରଫରୁ ଗତ ୨୨ ତାରିଖରେ ଏକ ନୋଟିସ ଜାରି କରିଛନ୍ତି ଏବଂ ଉକ୍ତ ନୋଟିସରେ ଉଲ୍ଲେଖ ରହିଛି ଯେ ଜମି କ୍ଷତି ପୂରଣ ବାବଦକୁ ସେଣ୍ଟ ପିଛା ୧୨୦୦୦/-ଟଙ୍କା ଧାର୍ଯ୍ୟ କରାଯାଇଛି । ଧାର୍ଯ୍ୟ ମୂଲ୍ୟ ସମ୍ୱନ୍ଧ ରେ ସମସ୍ତ ହିତାଧିକାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିମିର ଉଚିତ ମୂଲ୍ୟ ଦିଆଯାଉ ବୋଲି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ସିନ୍ଧିମାଳ ପଂଚାୟତର ଅଧିକାଂଶ ଗାଁ ଗୁଡିକ ମାଲକାନଗିରି ସଦର ମହକୁମାର ଠାରୁ ମାତ୍ର ୭ କିଲୋମିଟର ରୁ ୯ କିଲୋମିଟର ବ୍ୟବଧାନରେ ଥିବା ବେଳେ ଏହାର ମୂଲ୍ୟ ଅଧିକ ହେବା ସତ୍ୱେ ବହୁତ କମ ପ୍ରଦାନ କରାଯାଉଛି ।ପ୍ରତେକ ହିତାଧିକାରୀଙ୍କୁ ଜମିର ମୂଲ୍ୟ ସେଂଟ ପିଛା ୫୦,୦୦୦/(ପଚାଶ ହଜାର ) ଟଙ୍କା କରାଯାଉ ଏଥିସହ ସରକାରୀ ଜାଗାରେ ଘର କରି ରହିଥିବା ହିତାଧିକାରୀଙ୍କୁ ଉଛେଦ କରାଗଲେ ତାଙ୍କୁ ମଧ୍ୟ କ୍ଷତି ପୂରଣ ପ୍ରଦାନ କରାଯାଉ । ପଟ୍ଟା ନ ଥାଇ ବର୍ଷ ବର୍ଷ ଧରି ଚାଷ କରି ନିଜର ନିଜର ମୁଲ୍ୟବାନ ଗଛ ଗୁଡିକର ମୂଲ୍ୟ ନିର୍ଦ୍ଧାରଣ କରି ଏହାର କ୍ଷେତି ପୂରଣ ଦିଆଯାଉ ଏବଂ ପରିବାରର ବ୍ୟକ୍ତି ଙ୍କୁ ଯୋଗ୍ୟତା ଅନୁଯାଇ ଚାକିରୀ ଦିଆଯାଉ ବୋଲି ଦାବି କରାଯାଇଛି । ତେବେ ସରକାର ଏମାନଙ୍କ ଦାବି ପୂରଣ କରୁଛି କି ନାହିଁ ତାହା ଦେଖିବାର ବାକି ରହିଲା ।

Leave A Reply

Your email address will not be published.